ETV Bharat / city

Summative 1 Exam ଘୁଞ୍ଚିଲା ପରୀକ୍ଷା ତାରିଖ - Cuttack News

ବର୍ଷ ଶେଷରେ ପଡୁଥିବା ସରକାରୀ ଛୁଟି ଦିବସ(govt Holiday)କୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀର ସମେଟିଭ 1 (Class 10th Summative1) ପରୀକ୍ଷା ତାରିଖରେ ପରିବର୍ତ୍ତନ କରିଛି ମାଧ୍ୟମିକ ଶିକ୍ଷା ପରିଷଦ(Board of Secondary Education) । ଚଳିତବର୍ଷ ଡିସେମ୍ବର ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି । ଅଧିକ ପଢନ୍ତୁ

Summative1Exam Extende
Summative1Exam Extende
author img

By

Published : Dec 1, 2021, 6:20 PM IST

କଟକ: ବର୍ଷ ଶେଷରେ ପଡୁଥିବା ସରକାରୀ ଛୁଟି ଦିବସକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀର ସମେଟିଭ 1 (10 Summative 1 Exam) ପରୀକ୍ଷା ତାରିଖରେ ପରିବର୍ତ୍ତନ କରିଛି ମାଧ୍ୟମିକ ଶିକ୍ଷା ପରିଷଦ(Board of Secondary Education) । ଚଳିତବର୍ଷ ଡିସେମ୍ବର ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି ।

Cuttack News; Summative1Exam ଘୁଞ୍ଚିଲା ପରୀକ୍ଷା ତାରିଖ

ଏହି ପରୀକ୍ଷା ଆସନ୍ତା ଜାନୁଆରୀ ମାସ 5 ତାରିଖରୁ ଆରମ୍ଭ ହୋଇ 8 ତାରିଖ ପର୍ଯ୍ୟନ୍ତ 4 ଦିନ ଧରି ଚାଲିବ । ପ୍ରତି ଦିନ ଦୁଇଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ପାଇଁ ପ୍ରାୟ 5 ଲକ୍ଷ 70 ହଜାର ପରୀକ୍ଷାର୍ଥୀ ଫର୍ମ ପୂରଣ(Form Fill up) କରିଥିବା ବେଳେ ପରୀକ୍ଷାକୁ ନେଇ ବୋର୍ଡ ନିଜର ପ୍ରସ୍ତୁତି ଶେଷ କରିସାରିଥିବା କହିଛନ୍ତି କର୍ତ୍ତୃପକ୍ଷ । ତେବେ ବୋର୍ଡ ଇତିହାସରେ ପ୍ରଥମ ଥର ଲାଗି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷାକୁ ନେଇ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ।

କାରଣ ବର୍ଷକୁ ଗୋଟିଏ ପରୀକ୍ଷା ବଦଳରେ ଦୁଇଟି ପରୀକ୍ଷା କରିବା ଏବଂ ଦୁଇଟି ଯାକ ପରୀକ୍ଷା ଫଳକୁ ଆଧାର କରି ଛାତ୍ରଛାତ୍ରୀଙ୍କ ମେଧା ମୂଲ୍ୟୟନ କରିଛି ବୋର୍ଡ । 50 ମାର୍କ ବିଶିଷ୍ଟ ସମେଟିଭ 1 ପରୀକ୍ଷାଟି ସମ୍ପୂର୍ଣ୍ଣ ଭାବେ ଅବଜେକ୍ଟିଭ(Objective) ପ୍ରଶ୍ନକୁ ଆଧାର କରି ହେବାକୁ ଥିବାରୁ ଏଥିପାଇଁ ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସ୍କୁଲ ସ୍ତରରେ ଏହି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ପାଠ୍ୟକ୍ରମ ଗୁଡିକୁ ଶେଷ କରାଯିବା ପରେ ଏବେ ରିଭିଜନରେ କରାଯାଉଛି । ତେବେ ପରୀକ୍ଷା ଗୋଟିଏ ସପ୍ତାହ ଘୁଞ୍ଜିବାରେ କୌଣସି ସମସ୍ୟା ନଥିବା ଏବଂ ପରୀକ୍ଷା ପ୍ରସ୍ତୁତିରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ସ୍କୁଲ ଶିକ୍ଷକ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.