କଟକ: ସିଲଭରସିଟିରୁ ଜବତ ହେଲା ବ୍ରାଉନସୁଗାର । ବାରଙ୍ଗ କେନାଲ ଛକ ନିକଟରୁ ୧୬୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି କଟକ ଜିଲ୍ଲା ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଉଛନ୍ତି ବାରଙ୍ଗ ଅଞ୍ଚଳର ପ୍ରଶାନ୍ତ ବେହେରା ଓ ସନ୍ତୋଷ ବେହେରା ।
ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ କଟକ ବ୍ରାଉନସୁଗାର ଚାଲାଣ କରାଯାଉଥିବା ଖବର ପାଇଥିଲା ଅବକାରୀ ବିଭାଗ। ତେବେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୮ ଜଣିଆ ଟିମ ଲାଗି ପଡିଥିଲା। ବାରଙ୍ଗ କେନାଲ ଛକ ନିକଟରୁ ୨ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୧୬୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା । ଏହସହ ଗୋଟିଏ ପଲସର ବାଇକକୁ ଜବତ କରିଛି ବିଭାଗ। ତେବେ ଏମାନେ ବିରୋଧରେ ପୂର୍ବରୁ ଅନେକ ମାମଲା ରହିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ