ETV Bharat / city

SCBରୁ ପୁଣି ଦଲାଲ ଗିରଫ: ନିରୀହ ରୋଗୀଙ୍କୁ ପ୍ରଲୋଭିତ କରି ପଠାଉଥିଲା ଘରୋଇ ହସ୍ପିଟାଲ

author img

By

Published : Jan 28, 2022, 9:25 PM IST

କଟକ ଏସସିବି ମେଡ଼ିକାଲରୁ ପୁଣି ଥରେ ଗିରଫ ହୋଇଛି ଜଣେ ଦଲାଲ । ଏହି ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଅଧିକ ପଢନ୍ତୁ

SCBରୁ ପୁଣି ଦଲାଲ ଗିରଫ: ନିରୀହ ରୋଗୀଙ୍କୁ ପ୍ରଲୋଭିତ କରି ଘରୋଇ ହସ୍ପିଟାଲକୁ ପଠାଉଥିଲା

କଟକ: କଟକ ଏସସିବି ମେଡ଼ିକାଲରୁ ପୁଣି ଥରେ ଗିରଫ ହୋଇଛି ଜଣେ ଦଲାଲ । ଏହି ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଏସସିବିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ କମ୍ ଖର୍ଚ୍ଚରେ ଉତ୍ତମ ଚିକିତ୍ସା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଘରୋଇ ହସ୍ପିଟାଲକୁ ପଠାଉଥିଲା ଏହି ଦଲାଲ ଜଣକ । ଗିରଫ ଦଲାଲ ହେଉଛି କଟକ ବାଦାମବାଡ଼ି ଅଞ୍ଚଳର ମହମ୍ମଦ ଅକିଲ ।

କାଜୁଆଲଟିକୁ ଚିକିତ୍ସା ପାଇଁ ଆସୁଥିବା ନିରୀହ ତଥା ଦୂର ଦୁରନ୍ତ ରୋଗୀଙ୍କୁ ଟାର୍ଗେଟ କରୁଥିଲା ଏହି ଦଲାଲ । ଗିରଫ ଦଲାଲଙ୍କୁ ପଚରା ଉଚରା ପରେ ଆଜି(ଗୁରୁବାର) କୋର୍ଟ ଚାଲାଣ କରି ଜେଲକୁ ପଠାଇଦିଆଯାଇଛି । ଆଗାମୀ ଦିନରେ ଏସସିବି କର୍ମଚାରୀ ଓ ଘରୋଇ ଚିକିତ୍ସାଳୟ ବିରୁଦ୍ଧରେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ । ତେବେ ଆନ୍ତର୍ଜତୀୟ ହସ୍ପିଟାଲରେ ପରିଣତ ହେବାକୁ ଯାଉଥିବା କଟକ ଏସସିବି ମେଡ଼ିକାଲକୁ ଦଲାଲ ମୁକ୍ତ କରିବା ପାଇଁ କମିଶନରେଟ୍ ପୋଲିସ୍ ଆରମ୍ଭ କରିଥିଲା ସ୍ୱତନ୍ତ୍ର ଡ୍ରାଇଭ । ଏହି ଡ୍ରାଇଭରେ ଏବେସୁଦ୍ଧା ବହୁ ସଂଖ୍ୟାରେ ଦଲାଲଙ୍କୁ ଗିରଫ କରି ଜେଲକୁ ପଠାଇଛି ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.