ETV Bharat / city

ସିଲଭରସିଟିରେ ବୋଟ କ୍ଳବ; ସପ୍ତାହେ ଭିତରେ ହେବ ଉଦଘାଟନ

author img

By

Published : Apr 4, 2021, 11:28 AM IST

ସିଲଭର ସିଟିରେ ଲୋକଙ୍କ ଆମୋଦପ୍ରମୋଦ ପାଇଁ ମହାନଦୀ ଜଳରାଶିରେ ନିର୍ମାଣ ହୋଇଛି ବୋଟିଙ୍ଗ କ୍ଲବ । ଅଧିକ ପଢନ୍ତୁ...

ସିଲଭରସିଟିରେ ବୋଟ କ୍ଳବ
ସିଲଭରସିଟିରେ ବୋଟ କ୍ଳବ

କଟକ: ସିଲଭର ସିଟିରେ ଉଦଘାଟନ ହେବ ବୋଟ କ୍ଲବ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି କାର୍ଯ୍ୟ । ଖୁବ ଶୀଘ୍ର ଏହାର ଉଦଘାଟନ ହେବ । ସିଲଭର ସିଟିରେ ଲୋକଙ୍କ ଆମୋଦପ୍ରମୋଦ ପାଇଁ ମହାନଦୀ ଜଳରାଶିରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବଡ ସମସ୍ତଙ୍କ ପାଇଁ ବୋଟ ରାଇଡିଂ କ୍ଲବର ନିର୍ମାଣ କାର୍ଯ୍ୟ ଚାଲିଛି ।

ସିଲଭରସିଟିରେ ବୋଟ କ୍ଳବ

ଓଡିଶାର ସର୍ବବୃହତ ନଦୀ ମହାନଦୀ । ବିଭିନ୍ନ କିର୍ତ୍ତୀ ବହନ କରୁଥିବା ଏହି ସହର ଆଜି ଜଳକ୍ରୀଡିର ଏକ ପେଣ୍ଠସ୍ଥଳୀ ପାଳଟିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ କଟକ ହାଡିଆଠାରେ ଥିବା ପୂର୍ବ ସିସୋର ବୋଟିଂ କମ୍ପ୍ଲେକ୍ସକୁ ନବୀକରଣ କରାଯାଇ ଓଟିଡିସି ପକ୍ଷରୁ ମହାନଦୀ ସବୁଜ ଜଳରାଶିରେ ହୋଇଥିବା ୱାଟର ସ୍ପୋର୍ଟସର ମଜା ନେବେ ଦର୍ଶକ ।

ଏହି ବୋଟ କ୍ଲବରେ ଲୋକଙ୍କ ମନୋରଞ୍ଜନ ପାଇଁ ଏକ ଛୋଟ ଆମୋଦ ଉଦ୍ୟମ ରହିଛି । ଏହା ସହିତ ବୋଟିଂ ପାଇଁ ସ୍ପିଡ ବୋଟ,ଜେଡସ୍କି, ବାନାନା ବୋଟ ଓ କିଛି ସାଧାରଣ ବୋଟର ବ୍ୟବସ୍ଥା ରହିଛି । ବୋଟ କ୍ଲବର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ସପ୍ତାହ ଭିତରେ ଏହାର ଉଦଘାଟନ ହେବ ବୋଲି କହିଛନ୍ତି ଓଟିଡିସିର ଯନ୍ତ୍ରୀ ସନାତନ ପ୍ରଧାନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.