କଟକ: ଥମିବାରେ ନାଁ ନେଉନି ପୋଷ୍ଟର ରାଜନୀତି । ଟିକା କେନ୍ଦ୍ରରେ କାହାର ଲାଗିବ ପୋଷ୍ଟର। ଯାହାକୁ ନେଇ ରାଜ୍ୟରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଟିକା କେନ୍ଦ୍ରରେ ରହିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛି ବିଜେପି । ଆଜି କଟକ ଏସିବି ବଡ଼ ମେଡିକାଲରେ ବିଜେପି ପୋଷ୍ଟର ଲଗାଇବା ପାଇଁ ଜୋର ଧରିଥିଲା ବିବାଦ ।
ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ହୋଇଥିଲା ବଚସା । ପୋଲିସ ପୋଷ୍ଟର ଲଗାଇବା ପାଇଁ ଅଟକାଇବାରୁ ଧାରଣା ଦେଇଥିଲେ ବିଜେପି କର୍ମୀ । ବିଜେପି ନଗର ସଭାପତିଙ୍କ କହିବାନୁସାରେ , ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିଶ୍ରମର ଫଳ ନେଉଛନ୍ତି ରାଜ୍ୟ ସରକାର। ମାଗଣା ବାଃ ବାଃ ନେଇ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯଦି ନବୀନ ରହିବେ ତେବେ ମୋଦି କଣ ପାଇଁ ରହିବେନି ବୋଲି ଦାବି କରିଛି ବିଜେପି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ