ETV Bharat / city

ଓଡିଶାରେ ମହିଳା ଅସୁରକ୍ଷିିତ, ସରକାରଙ୍କୁ ଟାର୍ଗେଟ କଲା ବିଜେପି

author img

By

Published : Sep 7, 2022, 5:22 PM IST

ଓଡିଶାରେ ମହିଳା ଅସୁରକ୍ଷିତ । ରାଜ୍ୟରେ ୨ବର୍ଷ ଭିତରେ ୭୪୦୪ ଶିଶୁ ନିଖୋଜ । ଏନସିଆରବି ରିପୋର୍ଟରେ ଏହା କୁହାଯାଇଛି । ଏନସିଆରବି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପ ମହିଳା ମୋର୍ଚ୍ଚା । ଅଧିକ ପଢନ୍ତୁ

ଓଡିଶାରେ ମହିଳା ଅସୁରକ୍ଷିତ, ସରକାରଙ୍କୁ ଟାର୍ଗେଟ କଲା ବିଜେପି

କଟକ: ରାଜ୍ୟରେ ମହିଳା ଅସୁରକ୍ଷିତକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟରେ ଅସୁରକ୍ଷିତ ମହିଳା ଓ ଶିଶୁ । ଏନେଇ ବିଜେପି ଆଣିଛି ଅଭିଯୋଗ । ତେବେ ଏନସିଆରବି ରିପୋର୍ଟ ଅନୁସାରେ ଓଡିଶାରେ ମହିଳା ସମ୍ପୁର୍ଣ୍ଣ ଅସୁରକ୍ଷିତ । ଦିନକୁ ଦିନ ବଢିବାରେ ଲାଗିଛି ଅପହରଣ ଓ ବଳାତ୍କାର । ଏଥିସହ ରାଜ୍ୟରେ ୨ବର୍ଷ ଭିତରେ ୭୪୦୪ ଶିଶୁ ନିଖୋଜ ଥିବା ବେଳେ ଏଥିମଧ୍ୟରେ ୬୩୯୯ଜଣ ନାବାଳିକା ଏବଂ ୧୦୦୫ ନାବାଳକ ନିଖୋଜ ଥିବା ଜଣାଯାଇଛି ।

ତେବେ ଏହି ସଙ୍ଗିନ ଦିଗରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର କେବେ ଏହି ଦିଗରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରି ନଥିବା ସହ ସେଥିପ୍ରତି କେବେ ଧ୍ୟାନ ଦେଇ ନାହାନ୍ତି । ତେବେ ଏନେଇ ରାଜ୍ୟ ସରାକାର ବର୍ତ୍ତମାନ ମହିଳା ବିରୋଧୀ ସରକାର ଭାବରେ ପରିଗଣିତ ହେଉଛି । ଗୋଟିଏ ପଟେ ମହିଳା ସଶକ୍ତିକରଣ ନେଇ ନାରା ଦେଉଥିବା ବେଳେ ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ମହିଳା ମୋର୍ଚ୍ଚା । ତେବେ ଯାହାକୁ ନେଇ କଟକର ନୟାସଡକରେ ଆନ୍ଦୋଳନ ପନ୍ଥା ଆପଣେଇଛି ବିଜେପି । ଏଥିସହ ଆଗାମୀ ଦିନରେ ମହିଳା ସୁରକ୍ଷା ଦିଗରେ ଯଦି କୌଣସି ପଦକ୍ଷେପ ନିଆ ନ ଯାଏ ତେବେ ଓଡିଶା ଅସୁରକ୍ଷିତ ମହିଳା ତାଲିକାରେ ଏକ ନମ୍ବରରେ ରହିବ ବୋଲି କହିଛି ବିଜେପି ।

ତେବେ ଏନେଇ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ରଙ୍କ କହିବା ଅନୁସାରେ, "କଥାରେ ଅଛି ନାରୀ ହେଉଛି ନାରାୟଣୀ । ତାକୁ ଯଦି ଅସମ୍ମାନ ହୁଏ ତାହେଲେ ସାରା ସଂସାର ଧ୍ବଂସ ହୋଇଯିବ । କିନ୍ତୁ ଆଜି ଯାଏଁ କୌଣସି ନାରୀ ନ୍ୟାୟ ପାଇ ନଥିବା ବେଳେ ରାଜ୍ୟ ସରକାର ସବୁ ଜାଣିଶୁଣି ମଧ୍ୟ ଅନ୍ଧ ମୁକ ବଧିର ପାଲଟିଛନ୍ତି । ପ୍ରତିବର୍ଷ ଅପହରଣ ଓ ବଳାତ୍କାର ବଢିବାରେ ଲାଗିଥିଲେ ସୁଧା ସରକାର ଆଜି ଯାଏଁ କୌଣସି ପଦକ୍ଷେପ ନେଇ ନାହାନ୍ତି । ତେଣୁ ସରକାର ତାଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗି ଏହା ବିରୋଧରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ । " ଅନ୍ୟପଟେ ମହିଳା ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ କହିଛନ୍ତି, "ଓଡିଶା ଭଳି ବିକଶିତ ରାଜ୍ୟରେ ଆଜି ମହିଳା ଅସୁରକ୍ଷିତ । ଏନସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ମହିଳା ସମ୍ପୁର୍ଣ୍ଣ ଅସୁରକ୍ଷିତ । ଏନେଇ ଓଡିଶା ଆଜି ଅପହରଣ , ଦୁଷ୍କର୍ମ ଘଟଣାରେ ଏକ ନମ୍ବରରେ ପହଞ୍ଚିଛି । ତେବେ ଏନେଇ ରାଜ୍ୟ ସରକାର କେବେ ପଦକ୍ଷେପ ନେବେ"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.