କଟକ: ରାଜ୍ୟ ସରକାରଙ୍କ ବିକାଶ ଯୋଜନାରେ ବିଜେପି ସାଜୁଛି କଣ୍ଟା । ଅଯଥା ପ୍ରସଙ୍ଗକୁ ମୁଦ୍ଦା କରୁଛି ବିଜେପି । ଯାହା ପାଇଁ ହଇରାଣ ହେଉଛନ୍ତି ସାଧାରଣ ଵ୍ୟଵସାୟୀ । ଅନେକ ଯୋଜନା ବ୍ୟବସାୟୀଙ୍କ ପାଇଁ ପ୍ରଣୟନ ହେବାକୁ ଥିଲା ବେଳେ ବିଜେପି ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ପରିବର୍ତ୍ତନ କରି ଦେଉଛି । ମାହାଙ୍ଗାରେ ଯେପରି ହତ୍ୟାକାଣ୍ଡ ହୋଇଛି ସେଥିରେ ଆଇନ ତାର କାମ କରୁଛି ।
ହେଲେ ବିଜେପି ଯେପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି । ସେଥିରେ କେବଳ ବ୍ୟବସାୟୀମାନେ ପ୍ରଭାବିତ ହେଉଛନ୍ତି ବୋଲି କହିଛି କ୍ଷୁଦ୍ର ବ୍ୟବସାୟୀ ସଂଘ । ତେବେ ଏହି ଆଧାରରେ ବିଜେପିର ଅନେକ ନେତାଙ୍କ କୁଶ ପୁତ୍ତଳିକା ଦାହ କରିଥିଲା ସଂଘ । ଏହାସହ ଆଗମୀ ଦିନରେ ଯଦି ଏପରି ସ୍ଥିତି ଲାଗି ରହେ ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବା ନେଇ ଦର୍ଶାଇଛି ସଂଘ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ