ETV Bharat / city

କଟକ EWS ଫ୍ଲାଟ କେଳେଙ୍କାରୀ କରି ଦଲାଲ ଗିରଫ, ବିଜେପିର CBI ତଦନ୍ତ ଦାବି

author img

By

Published : Feb 4, 2022, 8:10 PM IST

Updated : Feb 4, 2022, 9:11 PM IST

କଟକ ଅନ୍ଦରପୁର EWS ଫ୍ଲାଟ କେଳେଙ୍କାରୀ ପ୍ରସଙ୍ଗ । ଦଲାଲ ରାଜା ଗିରଫ ପରେ ସିବିଆଇ ତଦନ୍ତ ପାଇଁ ଦାବି କଲା ବିଜେପି । ଅଧିକ ପଢନ୍ତୁ

ଅନ୍ଦରପୁର EWS ଫ୍ଲାଟ କେଳେଙ୍କାରୀ, ବିଜେପିର CBI ତଦନ୍ତ ଦାବି

କଟକ: ଅନ୍ଦରପୁରରେ ବସ୍ତିବାସିନ୍ଦାଙ୍କ ପାଇଁ EWS ତିଆରି ଘରକୁ ବେଆଇନ ଭାବେ ବିକ୍ରି କରିବା ଘଟଣା । ୫୩ ନମ୍ବର ୱାର୍ଡର ପୂର୍ବତନ ବିଜେଡି କର୍ପୋରେଟରଙ୍କ ସ୍ବାମୀ ଦଲାଲ ରାଜା କରଣକୁ ମଧୁପାଟଣା ପୋଲିସ ଗିରଫ କରିବା ପରେ ବିଜେପି ସିବିଆଇ ତଦନ୍ତ ଦାବି କରିଛି ।

କଟକ EWS ଫ୍ଲାଟ କେଳେଙ୍କାରୀ କରି ଦଲାଲ ଗିରଫ, ବିଜେପିର CBI ତଦନ୍ତ ଦାବି

ଦଲାଲ ରାଜା ବେଆଇନ ଭାବେ ଘରକୁ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ରାଜାକୁ ଗିରଫ କରିଛି । ଠକେଇର ଶିକାର ହୋଇଥିବା ଅନେକ ବସ୍ତିବାସିନ୍ଦାଙ୍କ ଅଭିଯୋଗ ପରେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଥିଲା । ସେପଟେ ରାଜା ବିରୋଧରେ ଏବେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଛି । ପାଖାପାଖି ୮୦ରୁ ଊର୍ଦ୍ଧ୍ବ ସାଧାରଣ ଲୋକଙ୍କୁ ରାଜା ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡି଼ଛି।

ଗୁରୁବାର ବେଆଇନ ଭାବରେ ଜବରଦଖଲ କରି ରହିଥିବା ୨୦ରୁ ଊର୍ଦ୍ଧ୍ବ ପରିବାରକୁ CMC ବାହାର କରି ଘର ସିଲ କରିବା ସମୟରେ ରାଜାର କାରନାମା ସାମ୍ନାକୁ ଆସିଥିଲା । ଅନ୍ୟପଟେ ବିଜେପି ଏହାକୁ ନେଇ ରାଜ୍ୟ ସରକାରଙ୍କୁ କରିଛି ଟାର୍ଗେଟ । ଏହାସହ ଏହି ମାମଲାରେ ଆଉ ଯେଉଁ ଅଧକାରୀ ବି ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 4, 2022, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.