କଟକ: କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଫୋନ କଲ ଉପରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଯିଏ ଭୁଲ କରିଛି, ସେ ଦଣ୍ଡ ପାଇବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଭର୍ତ୍ତୃହରି ।
ଏହାସହ ରାଜ୍ୟର ଜନସାଧାରଣ ବେଶ ସଜାଗ ରହିଛନ୍ତି । ହିଂସାକୁ ପ୍ରସୟ ଦେବା ପ୍ରଶ୍ନ ବି ଉଠୁନି । ଯଦି ବି କୌଣସି ମତେ ଏହି ହିଂସା ହୋଇଛି ତାହା ନିନ୍ଦନୀୟ । ଆଉ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଅଧିକ ପଢନ୍ତୁ; ନିଆଁ ଲଗାଇବାକୁ କର୍ମୀଙ୍କୁ ଉସକାଇଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ
ପ୍ରଦୀପ ମାଝୀ, କର୍ମୀଙ୍କୁ 'ପେଟ୍ରୋଲ, ଡିଜେଲ ରେଡି ରଖିଥାଅ, ନିର୍ଦ୍ଦେଶ ଗଲେ ନିଆଁ ଲଗାଇବ ’ ବୋଲି କହିଥିବା ଅଡିଓ ଭାଇରାଲ ହୋଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ