ETV Bharat / city

CMC ଡେପୁଟି ମେୟର ନିର୍ବାଚନ: ହୁଇପ୍ ଜାରି କଲା BJD, ନମାନିଲେ ପଦ ହରାଇବେ - କଟକ ଡେପୁଟି ମେୟର ନିର୍ବାଚନ ଖବର

ଗୁରୁବାର CMC ର ନବନିର୍ବାଚିତ କର୍ପୋରେଟର ଏବଂ ମେୟର ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବେ । ଅଧିକ ପଢନ୍ତୁ

CMC ଡେପୁଟି ମେୟର ନିର୍ବାଚନ ପାଇଁ ହୁଇପ ଜାରି କଲା ବିଜେଡି, ନମାନିଲେ ପଦ ହରାଇବେ

author img

By

Published : Apr 6, 2022, 6:20 PM IST

କଟକ: ଆସନ୍ତାକାଲି (ଗୁରୁବାର) ସିଏମସିର ନବନିର୍ବାଚିତ କର୍ପୋରେଟର ଏବଂ ମେୟର ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ । ସେହିପରି ଆସନ୍ତାକାଲି ଡେପୁଟି ମେୟର ନିର୍ବାଚନ କରାଯିବ । ନିର୍ବାଚନ ପାଇଁ ହୁଇପ ଜାରି କରିଛି ବିଜେଡି ।

CMC ଡେପୁଟି ମେୟର ନିର୍ବାଚନ ପାଇଁ ହୁଇପ ଜାରି କଲା ବିଜେଡି, ନମାନିଲେ ପଦ ହରାଇବେ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ହୁଇପ ଜାରି କରିଛନ୍ତି । ହୁଇପି ଅନୁସାରେ ବିରୋଧୀଙ୍କ ପକ୍ଷରୁ ଯଦି କେହି ଡେପୁଟି ମେୟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି, ତେବେ ନିର୍ବାଚନ କରାଯିବ। ଦଳ ଯାହାର ନାମକୁ ଘୋଷଣା କରିବ, ସମସ୍ତେ ତାକୁ ଭୋଟ ଦେବେ। ଡେପୁଟି ମେୟରଙ୍କ ନାମ ମୁଖ୍ୟମନ୍ତ୍ରୀ ଏକ ବନ୍ଦ ଲଫାପାରେ ପଠାଇଛନ୍ତି ।

ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ଦେଖାଇ ଭୋଟ ଦେବେ ବୋଲି ହୁଇପ ଜାରି କରାଯାଇଛି । ହୁଇପକୁ ଅମାନ୍ୟ କଲେ କର୍ପୋରେଟର ପଦ ହରାଇବେ ବୋଲି କଡାକଡି ଚେତାବନୀ ଦେଇଛନ୍ତି ଦେବାଶିଷ । ଏପରି ହେଲେ ସେହି ୱାର୍ଡରେ ପୁନର୍ବାର ନିର୍ବାଚନ ହେବ ବୋଲି କହିଛନ୍ତି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.