ETV Bharat / city

ବିଜୁ ବାବୁଙ୍କ 105ତମ ଜୟନ୍ତୀ, କଟକରୁ ସାଇକେଲ ରାଲି ଆରମ୍ଭ

author img

By

Published : Mar 5, 2021, 7:37 AM IST

ବିଜୁ ବାବୁଙ୍କ 105 ତମ ଜୟନ୍ତୀରେ କଟକରୁ ସାଇକେଲ ରାଲି ଆରମ୍ଭ କଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ଅଧିକ ପଢନ୍ତୁ...

ବିଜୁ ବାବୁଙ୍କ 105ତମ ଜୟନ୍ତୀ
ବିଜୁ ବାବୁଙ୍କ 105ତମ ଜୟନ୍ତୀ

କଟକ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 105ତମ ଜନ୍ମ ଜୟନ୍ତୀ ଅବସରରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ରାଲି ହୋଇଛି । ବିଜୁ ବାବୁଙ୍କ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ଏୟାର ପୋର୍ଟ ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଆରମ୍ଭ ହୋଇଛି ।

ବିଜୁ ବାବୁଙ୍କ 105ତମ ଜୟନ୍ତୀ

ଏଥିରେ ହଜାର ହଜାର ଯୁବକ ଓ ଛାତ୍ର କର୍ମୀ ମାନେ ସାମିଲ ହୋଇଛନ୍ତି । ରେଭେନ୍ସା ମହାବିଦ୍ୟାଳୟରୁ ପାକିସ୍ତାନର ପେଶାୱାର ପର୍ଯ୍ୟନ୍ତ ବିଜୁ ବାବୁ ଛାତ୍ର ଜୀବନରେ 45 ଶହ ମାଇଲ ସାଇକେଲ ଯାତ୍ରା କରିଥିଲେ । ସେହି ଅଦମ୍ୟ ଉତ୍ସାହକୁ ଆଜି ମନେ ପକାଉଛନ୍ତି ଯୁବ ଓ ଛାତ୍ର ସମାଜ ବୋଲି ବିଜେଡି ନେତା କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.