କଟକ: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ଟିମ ଗଠନ କରାଯାଇଛି। ଗତକାଲି(ବୁଧବାର) ଠାରୁ ଏହି ଟିମ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି।
ଏହି ଟିମ ଘଟଣାସ୍ଥଳକୁ ଯାଇ କିଛି ଲୋକଙ୍କୁ ପଚରାଉଚରା ମଧ୍ୟ କରିଛି। ଆଜି(ଗୁରୁବାର) ମଧ୍ୟ ଏହି ଟିମ ପଚରା ଉଚାର କରିବ। ଅନ୍ୟପଟେ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ କରାଯାଇଛି । ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରାଯାଇଛି।
ସୂଚନାଥାଉକି, ଭୁବନେଶ୍ବରର ଜଣେ ନାବାଳିକାକୁ ଘରୋଇ ଗଣମାଧ୍ୟମର କିଛି କର୍ମଚାରୀ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବାବେଳେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ