କଟକ: କଟକରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ନେଇ ଆଜି ବାହାରିବ ନିଷ୍କର୍ଷ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପୂର୍ବରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, 'ଆଶା ଅଛି ଆସିବ ଭଲ ନିଷ୍କର୍ଷ । କାରଣ ଗତକାଲି(ବୁଧବାର) ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀଙ୍କ ପକ୍ଷରୁ ଦୁଇ ଦାବି ସମୂହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଏକ ଚିଠି ପଠା ଯାଇଛି ।'
ଏଥିସହ ମୂର୍ତ୍ତି ଉଚ୍ଚତା ଓ ପୂଜାକୁ ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ତେଣୁ ଆଶା ଅଛି ନିହାତି କିଛି ଭଲ ନିଷ୍କର୍ସ ବାହାରିବ ବୋଲି ଭତ୍ତୃହରି କହିଛନ୍ତି । ସେହପିର ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବି କି ନାହିଁ ତାହା ନ୍ୟୁଜ ନୁହେଁ ବୋଲି କହିଛନ୍ତି ଭର୍ତ୍ତୃହରି । ସୂଚନା ଅନୁଯାୟୀ କଟକ ଦୁର୍ଗା ପୂଜାରେ ମା'ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ବହୁ ବାଦ ପ୍ରତିବାଦ ଲାଗି ରହିଛି । କେତେକ ମୂର୍ତ୍ତି ଉଚ୍ଚତାକୁ ସମର୍ଥନ କରୁଥିବାବେଳେ ଆଉ କେତେକ ଉଚ୍ଚତା କମ କଲେ କୌଣସି ଅସୁବିଧା ନାହିଁ ବୋଲି ମତ ରଖୁଛନ୍ତି । ତେଣୁ ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି । ଆଜି ଏହାର ଏକ ନିଷ୍କର୍ସ ବାହାରି ପାରେ ବୋଲି ଆଶା କରାଯାଉଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ