କଟକ: ଓବିସି (OBC) ଓ ଏସଇବିସି (SEBC) ବର୍ଗକୁ ନିର୍ବାଚନରେ ଅଧିକାର ପାଇଁ ଦାବି କଲା ଭାରତୀୟ ବିକାଶ ପରିଷଦ। ଆଗାମୀ ରାଜ୍ୟ ସରକାର ପଞ୍ଚାୟତ ଓ ପୌରନିର୍ବାଚନରେ OBC ଓ SEBC ଵର୍ଗଙ୍କୁ ଜାଣିଶୁଣି ନିର୍ବାଚନୀ ପ୍ରକ୍ରିୟାରୁ ବାଦ ଦେଇଛନ୍ତି ବୋଲି ଅଭିଯୋକ କରିଛନ୍ତି । ଏହାକୁ ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିରୋଧ କରିଛି ଭାରତୀୟ ବିକାଶ ପରିଷଦ (BBP) ।
ସରକାର ଓଡିଶା ମୁନିସପାଲଟି ଆଇନ 1950,ମ୍ୟୁନିସିପାଲଟି କର୍ପୋରେସନ ଆଇନ 2003 ଏବଂ ସମ୍ବିଧାନ ଧାରା 243 (T) ର ଉଲ୍ଲଘଂନ କରିଛନ୍ତି । ତେବେ ରାଜ୍ୟ ସରକାର ନିର୍ବାଚନ ସମୟରେ OBC ଓ SEBC ଵର୍ଗଙ୍କୁ ପ୍ରାର୍ଥୀ ତାଲିକାରେ ସାମିଲ ହେବାପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛି ପରିଷଦ। ଯଦି 3 ଦିନ ମଧ୍ୟରେ ସରକାର ଏହି ଦିଗରେ ଦୃଷ୍ଟି ନ ଦିଅନ୍ତି ତେବେ ବାଧ୍ୟ ହୋଇ ହାଇକୋର୍ଟର ଦ୍ବାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।
ଏହା ମଧ୍ୟ ପଢନ୍ତୁ: କୋଭିଡ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗର ପ୍ରେସମିଟ: ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ ଡାକ୍ତର
କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ