ETV Bharat / city

ଖୁବଶୀଘ୍ର ଆରମ୍ଭ ହେବ କଟକ ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟକରଣ

author img

By

Published : May 25, 2022, 9:23 AM IST

ବଦଳିବ କଟକର ଐତିହାସିକ ମା' କଟକ ଚଣ୍ଡୀଙ୍କ ପୀଠ । ଅଧିକ ପଢ଼ନ୍ତୁ

ଖୁବଶୀଘ୍ର ଆରମ୍ଭ ହେବ କଟକ ମା ଚଣ୍ଡୀ ମନ୍ଦିର ସୌନ୍ଦର୍ଯ୍ୟ କରଣ

କଟକ: ବଦଳିବ କଟକର ଐତିହାସିକ ମା' କଟକ ଚଣ୍ଡୀଙ୍କ ପୀଠ । ମା'ଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିସାରିଥିବା ବେଳେ ଏହି କାର୍ଯ୍ୟର ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବିଶେଷକରି ପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ସ୍ଥାନ ଚିହ୍ନଟ ପ୍ରକିୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟାଳୟର ପ୍ରାୟ ୨୦ ଫୁଟ ସ୍ଥାନକୁ ଏଥିରେ ସାମିଲ କରାଯିବ ।

ସେନେଇ ଶୈଳବାଳା ମହିଳା ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି କଟକ ଜିଲ୍ଲା ପ୍ରଶାସନ । କଲେଜ କର୍ତ୍ତୃପକ୍ଷ ମଧ୍ୟ ସହମତି ପ୍ରକାଶ କରିଛନ୍ତି । ତେବେ କଲେଜର ଉନ୍ନତିକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅର୍ଥ ସାହାଯ୍ୟ କରାଯିବ ବୋଲି ଜିଲ୍ଳାପାଳ ସୂଚନା ଦେଇଛନ୍ତି । ସେହିପରି ଏହି ପ୍ରକ୍ରିୟା ଜବରଦଖଲ ଥିବା ସ୍ଥାନ ଗୁଡିକୁ ଉଛେଦ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.