ETV Bharat / city

Barsha Anubhav Marital Discord: ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ବର୍ଷା

author img

By

Published : Jun 20, 2022, 8:50 PM IST

Updated : Jun 20, 2022, 9:51 PM IST

ଅନୁଭବଙ୍କ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବର୍ତ୍ତମାନ ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା ମାମଲା ରୁଜୁ କରିଛନ୍ତି । ଅଧିକ ପଢ଼ନ୍ତୁ

Barsha Anubhav Marital Discord: ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ବର୍ଷା
Barsha Anubhav Marital Discord: ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ବର୍ଷା

କଟକ: ଅନୁଭବଙ୍କ ବିରୁଦ୍ଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଅନୁଭବ ବିବାଦ ପ୍ରସଙ୍ଗ ସହିତ ଆଜି(ସୋମବାର) ଆଉ ଏକ ଅଦାଲତି ମାମଲା ଯୋଡ଼ି ହୋଇଯାଇଛି। ଅନୁଭବ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ଅଭିଯୋଗ କରିଛନ୍ତି ବର୍ଷା ।

କିଛି ଦିନ ପୂର୍ବରୁ ପାରିବାରିକ ବିବାଦକୁ ନେଇ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ । ଏହାକୁ ନେଇ ବର୍ଷା ହାଇକୋର୍ଟଙ୍କ ନିକଟରେ ନିଜର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଥିଲେ । ପରସ୍ପରକୁ ଆକ୍ଷେପ ନକରିବା ଲାଗି ଗତ ମେ ୨୭ ତାରିଖରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । । ଏପରିକି ସୋସିଆଲ ମିଡିଆରେ ମତ ନରଖିବାକୁ ମଧ୍ୟ କୋର୍ଟ ତାଗିଦ୍ କରିଥିଲେ l

ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ସତ୍ତ୍ୱେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବିବାଦୀୟ ମତ ରଖୁଛନ୍ତି । ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

Last Updated : Jun 20, 2022, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.