ETV Bharat / city

ବର୍ଷା-ଅନୁଭବ ଛାଡପତ୍ର ମାମଲା, ଡିସେମ୍ବର 10ରେ ପରବର୍ତ୍ତୀ ଶୁଣାଣି

author img

By

Published : Oct 7, 2020, 12:17 PM IST

Updated : Oct 7, 2020, 12:23 PM IST

ସୁପରଷ୍ଟାର ଦମ୍ପତି ବର୍ଷା-ଅନୁଭବ ଛାଡପତ୍ର ମାମଲା । ଡିସେମ୍ବର 10 ତାରିଖରେ କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ବର୍ଷା-ଅନୁଭବ ଛାଡପତ୍ର ମାମଲା, 10 ତାରିଖରେ କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

କଟକ: ସୁପରଷ୍ଟାର ଦମ୍ପତି ବର୍ଷା-ଅନୁଭବ ଛାଡପତ୍ର ମାମଲା । ଡିସେମ୍ବର 10 ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ସେହିଦିନ ହାଜର ହେବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଲେ କୋର୍ଟ । ପଟିଆଲା ହାଉସ କୋର୍ଟରେ ହୋଇଛି ଛାଡପତ୍ର ମାମଲାର ଶୁଣାଣି ।

ସୁପରଷ୍ଟାର ଦମ୍ପତିଙ୍କ ସମ୍ପର୍କରେ ଫାଟ ସାମ୍ନାକୁ ଆସିବା ପରେ ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ଅନୁଭବ, ବର୍ଷାଙ୍କୁ ଘରୋଇ ନିର୍ଯାତନା ଦେଉଥିବାର ମାମଲା କଟକ ଏସଡିଜେଏମ କୋର୍ଟରେ ରୁଜୁ କରିଥିବାବେଳେ ସାଂସଦ ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ 47 ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ।

ବର୍ଷାଙ୍କ ପାରିବାରିକ ହିଂସା ମାମଲାର ଶୁଣାଣି ଅକ୍ଟୋବର 12 ତାରିଖରେ ଥିବାବେଳେ ଅନୁଭବଙ୍କ ଛାଡପତ୍ର ମାମଲାର ଆଜି ଶୁଣାଣି ଥିଲା । ତେବେ ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର 10 ତାରିଖରେ ହେବ ବୋଲି ଜଣାପଡିଛି ।

ସୂଚନାଥାଉକି, ବାହାଘର ଦୀର୍ଘ ଦିନ ପରେ ମଧ୍ୟ ବୈବାହିକ ସମ୍ପର୍କ ରଖିବାକୁ ବର୍ଷା ରାଜି ହେଉନଥିବା ଛାଡପତ୍ର ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 7, 2020, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.