ETV Bharat / city

ବର୍ଷା-ଅନୁଭବ ମାମଲା: ପଟିଆଲା ନୁହେଁ କଟକରେ ହେବ ଶୁଣାଣି - Barsha-Anubhab

ବର୍ଷା-ଅନୁଭବ ମାମଲା: ଦିଲ୍ଲୀ ପଟିଆଲା ନୁହେଁ କଟକରେ ହେବ ଶୁଣାଣିବର୍ଷା-ଅନୁଭବ ମାମଲା: ଦିଲ୍ଲୀ ପଟିଆଲା ନୁହେଁ କଟକରେ ହେବ ଶୁଣାଣି
ବର୍ଷା-ଅନୁଭବ ମାମଲା: ଦିଲ୍ଲୀ ପଟିଆଲା ନୁହେଁ କଟକରେ ହେବ ଶୁଣାଣି
author img

By

Published : Mar 5, 2021, 2:04 PM IST

Updated : Mar 5, 2021, 6:59 PM IST

13:59 March 05

କଟକରେ ହେବ ବର୍ଷା-ଅନୁଭବଙ୍କ ଶୁଣାଣି

କଟକ: ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ଛାଡ଼ପତ୍ର ମାମଲାର ଶୁଣାଣି ଆଜି(ଶୁକ୍ରବାର) ସୁପ୍ରିମକୋର୍ଟରେ ହୋଇଛି । ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକ ପରିବାର ଅଦାଲତରେ ମାମଲା ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି  ।

ତେବେ ମାମଲାକୁ ତୁରନ୍ତ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାର ଅତିଶୀଘ୍ର ଶୁଣାଣି କରିବା ସହିତ ଶୁଣାଣି ସମୟରେ ଉଭୟ ବର୍ଷା ଓ ଅନୁଭବ କଟକ ପରିବାର ଅଦାଲତରେ ହାଜର ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଆସନ୍ତା 15 ଦିନ ମଧ୍ୟରେ ମାମଲାଟିକୁ ବିଚାରପାଇଁ ତାଲିକାଭୃକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ  । ତେବେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏହାପରେ ବର୍ଷା ଅନୁଭବଙ୍କ ବିରୁଦ୍ଧରେ କଟକ ଏସଡିଜେଏମ ଓ ପରିବାର ଅଦାଲତରେ ଘରୋଇ ହିଂସା, ଭରଣ ପୋଷଣ ଓ ବୈବାହିକ ଜୀବନକୁ ସ୍ଥାୟୀ କରିବାକୁ ପ୍ରାର୍ଥନା କରି ଦୁଇଟି ମାମଲା ଦାୟର କରିଥିଲେ । ଏହାର କିଛିଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତରିତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ  ।

ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବର୍ଷା କିମ୍ବା ଅନୁଭବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ  । ତେବେ ଅନୁଭବ ଦାୟର କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଯେ, ସେ ଓ ତାଙ୍କ ପରିବାର ଲୋକେ ଏହି ମାମଲା କାରଣରୁ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି । ଏଥିସହ ତାଙ୍କ ବାପାଙ୍କ ଦେହ ଖରାପ ରହୁଛି । ବର୍ଷା ତାଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ରାଜନୈତିକସ୍ତରରେ ମଧ୍ୟ ଆକ୍ରେସର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ମାମଲାର ତୁରନ୍ତ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି  ।

ଅନ୍ୟପଟେ ଅନୁଭବ ବିଜେଡିର ସାଂସଦ ଥିଲେ ମଧ୍ୟ କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ଏପରିକି ଆଜି ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ଅବସରେ କଟକ ଆନନ୍ଦ ଭବନରୁ ବହାରିଥିବା ସାଇକେଲ ରାଲିରେ ସହରର ସମସ୍ତ ବିଜେଡି ନେତାଙ୍କୁ ଦେଖିବାକୁ ମିଳି ଥିବାବେଳେ ସେଠାରେ ଅନୁଭବ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି  ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 5, 2021, 6:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.