ETV Bharat / city

Barsha Anubhav Marital Discord: କୋର୍ଟରେ ଆଜି ବି ହାଜର ହେଲେନି ବର୍ଷା

ପାରିବାରିକ ବିବାଦ ମାମଲାରେ ଆଜି କଟକ ପାରିବାରିକ ଅଦାଲତରେ ହାଜର ହେଲେନି ବର୍ଷା ପ୍ରିୟଦର୍ଶିନୀ (Barsha abstain from Cuttack family court)। ମୂଳ ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଅନୁଭବ ପ୍ରସ୍ତୁତ ଥିବା ଓକିଲ କହିଛନ୍ତି । ଅଧିକ ପଢ଼ନ୍ତୁ

Barsha Anubhav Marital Discord: କୋର୍ଟରେ ଆଜି ବି ହାଜର ହେଲେନି ବର୍ଷା
Barsha Anubhav Marital Discord: କୋର୍ଟରେ ଆଜି ବି ହାଜର ହେଲେନି ବର୍ଷା
author img

By

Published : Sep 8, 2022, 11:01 PM IST

କଟକ: ପାରିବାରିକ ବିବାଦ ମାମଲାରେ ଆଜି(ଗୁରୁବାର) କଟକ ପାରିବାରିକ ଅଦାଲତରେ ହଜାର ହେଲେ ଅନୁଭବ ମହାନ୍ତି । ତେବେ ତାଙ୍କ ପତ୍ନୀ ବର୍ଷା ଆଜି ବି ହାଜର ହୋଇନଥିଲେ । ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇନାହିଁ । ନିଜ ପକ୍ଷ ରଖିବାକୁ ସମୟ ଅଦାଲତଙ୍କୁ ସମୟ ମାଗିଥିଲେ ବର୍ଷା(Barsha abstain from Cuttack family court) ।

ସେହି ଆବେଦନ ଉପରେ ଆଜି(ଗୁରୁବାର) ଶୁଣାଣି କରାଯାଇଥିଲା । ଆସନ୍ତାକାଲି(ଶୁକ୍ରବାର) ମଧ୍ୟ ଏହି ଶୁଣାଣି ଜାରି ରହିବ । ସେପଟେ ମୂଳ ବିବାହ ବିଚ୍ଛେଦ ମାମଲାର ଚୁଡ଼ାନ୍ତ ଶୁଣାଣି ପାଇଁ ଅନୁଭବ ପ୍ରସ୍ତୁତ ଥିବା ତାଙ୍କ ଓକିଲ କହିଛନ୍ତି । ଏହା ବ୍ୟତୀତ ବର୍ଷା ହାଇକୋର୍ଟରେ ଜାଲ ଟାଇମ ପିଟିସନ ଦାଖଲ କରିଥିବା ଅଭିଯୋଗ ହୋଇଛି । ତାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଥିବା କଥା କହିଛନ୍ତି ଅନୁଭବଙ୍କ ଓକିଲ ।

Barsha Anubhav Marital Discord: କୋର୍ଟରେ ଆଜି ବି ହାଜର ହେଲେନି ବର୍ଷା

ସେପଟେ ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦାଖଲ କରିଥିବା ପିଟିସନ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ(Actress Barsha Priyadarshini withdrew petition ) । ଏହାପରେ ଏହି ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ଫଳ ସ୍ବରୂପ ପରିବାର ଅଦାଲତଙ୍କ ନିର୍ଦ୍ଦେଶ କାୟମ ରହିଛି ।

ବିବାହ ବିଚ୍ଛେଦ ମାମଲାରେ ସାନି ସାକ୍ଷ୍ୟଗ୍ରହଣ ପାଇଁ ଆବେଦନ କରିଥିଲେ ବର୍ଷା । ସ୍ବାମୀ ଅନୁଭବଙ୍କ ଆଉ ଥରେ ସାକ୍ଷ୍ୟ ଗ୍ରହଣ କରିବା ପାଇଁ ବର୍ଷା ପ୍ରୟିଦର୍ଶିନୀ ଆବେଦନ କରିଥିଲେ । ତଳ କୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ ହେବାରୁ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ବର୍ଷା ।

ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ମାମଲା ଦାଖଲ କରିଥିଲେ । ଏହାପରେ ବର୍ଷା ଅନୁଭବଙ୍କ ବିରୋଧରେ କଟକ SDJM କୋର୍ଟ ଓ ପରିବାର ଅଦାଲତରେ ଘରୋଇ ହିଂସା, ଭରଣ ପୋଷଣ ଓ ବୈବାହିକ ଜୀବନକୁ ସ୍ଥାୟୀ କରିବାକୁ ପ୍ରାର୍ଥନା କରି ଦୁଇଟି ମାମଲା ଦାଖଲ କରିଥିଲେ । ଏହାର କିଛିଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ମାମଲାକୁ ତୁରନ୍ତ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବ ଦାଖଲ କରିଥିବା ପିଟିସନରେ ଉଲ୍ଲେଖ କରିଥିଲେ ଯେ, ସେ ଓ ତାଙ୍କ ପରିବାର ଲୋକେ ଏହି ମାମଲା କାରଣରୁ ମାନସିକ ଅବସାଦ ମଧ୍ୟରେ ରହୁଛନ୍ତି । ଏଥିସହ ତାଙ୍କ ବାପାଙ୍କ ଦେହ ଖରାପ ରହୁଛି । ବର୍ଷା ତାଙ୍କ ପ୍ରତିଷ୍ଠାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେ ରାଜନୈତିକ ସ୍ତରରେ ମଧ୍ୟ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ମାମଲାର ତୁରନ୍ତ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.