ETV Bharat / city

ଆଗାମୀ 3 ବର୍ଷ ମଧ୍ୟରେ ସହର ଜଳମଗ୍ନ ସମସ୍ୟା ରହିବ ନାହିଁ: ମୋକିମ

author img

By

Published : Jul 9, 2021, 8:26 PM IST

କଟକ ସହରରେ ଜଳବନ୍ଦୀ ସମସ୍ୟା ପାଇଁ କଟକ ବାରବାଟୀ କଂଗ୍ରେସ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ଯୁବ ନେତା ତଥା ଅଭିନେତା ଅରିନ୍ଦମ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ । ଅଧିକ ପଢନ୍ତୁ...

ଅରିନ୍ଦମ ନଈ ନଦେଖି ଲଙ୍ଗଳା ହେଉଛନ୍ତି: ମୋକିମ
ଅରିନ୍ଦମ ନଈ ନଦେଖି ଲଙ୍ଗଳା ହେଉଛନ୍ତି: ମୋକିମ

କଟକ: କଟକ ସହରରେ ଜଳବନ୍ଦୀ ସମସ୍ୟା ପାଇଁ କଟକ ବାରବାଟୀ କଂଗ୍ରେସ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ଯୁବ ନେତା ତଥା ଅଭିନେତା ଅରିନ୍ଦମ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ ।

ଆଗାମୀ 3 ବର୍ଷ ମଧ୍ୟରେ ସହର ଜଳମଗ୍ନ ସମସ୍ୟା ରହିବ ନାହିଁ: ମୋକିମ

ସେ କହିଛନ୍ତି, ଅରିନ୍ଦମ ହେଉଛନ୍ତି ବିଜେଡି ଦଳର । ସେ ସ୍ବୀକାର କରୁଛନ୍ତି ସହରରେ ଜଳବନ୍ଦୀ ସମସ୍ୟା ହେଉଛି । ଅର୍ଥାତ ବିଜେଡି ଦଳ ୨୨ ବର୍ଷ ଧରି ଶାସନ କରୁଛି କିନ୍ତୁ, ଏହି ସମସ୍ୟାର ସମାଧାନ କରିପାରିଲେ ନାହିଁ । ମୋକିମ ମାତ୍ର ୨ ବର୍ଷ ହେଲା ବିଧାୟକ ହୋଇଛନ୍ତି । କରୋନା ପାଇଁ ସହରର ଅନେକ କାର୍ଯ୍ୟ ପ୍ରଭାବିତ ହୋଇଛି । ତାଙ୍କ ହାତରେ ଆହୁରି ୩ ବର୍ଷ ରହିଛି ବୋଲି ବିଧାୟକ ପାଲଟା ପ୍ରଶ୍ନ କରିଛନ୍ତି । ଆଗାମୀ ୩ ବର୍ଷ ମଧ୍ୟରେ ସହରରେ ଆଉ ଜଳମଗ୍ନ ସମସ୍ୟା ହେବ ନାହିଁ ବୋଲି ମୋକିମ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.