କଟକ: ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସିଧା ପ୍ରସାରଣ ବ୍ୟବସ୍ଥାକୁ ବିରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ । ଲାଇଭ ଷ୍ଟ୍ରିମିଙ୍ଗ ନିୟମ ୨୦୨୧ ଲାଗୁ ପୂର୍ବରୁ ବାର ସହ ଆଲୋଚନା କରାଯାଇ ନଥିବା ଅଭିଯୋଗ ଆଣିବା ସହ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠକୁ ବୁଧବାର ପର୍ଯ୍ୟନ୍ତ ସଂଘ ପକ୍ଷରୁ ବର୍ଜନ କରାଯାଇଛି ।
ଆସୋସିଏସନ ପକ୍ଷରୁ ମୁଖ୍ୟ ବିଚାରପତିଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରାଯିବାକୁ ଥିବାବେଳେ ବୁଧବାର ଅପରାହ୍ନ ୧.୨୦ ମିନିଟରେ ଆସୋସିଏସନର ପରବର୍ତ୍ତୀ ବୈଠକ ମଧ୍ୟ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ଆସୋସିଏସନ । ଏନେଇ ବାର ସଭାପତି ଜଗବନ୍ଧୁ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ