ETV Bharat / city

ବଳିଆ ଅବସ୍ଥା ସଙ୍କଟାପନ୍ନ, ଏମ୍ସ ଡାକ୍ତରଙ୍କ ସହ ଆଲୋଚନା

author img

By

Published : Sep 28, 2019, 5:43 PM IST

ଏସସିବିରେ ଚିକିତ୍ସିତ ହେଉଥିବା ଜଗାବଳିଆଙ୍କ ମଧ୍ୟରୁ ବଳିଆର ଅବସ୍ଥା ସଙ୍କଟାପନ୍ନ । ତାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ଜଗାବଳିଆଙ୍କ ଅପରେସନ କରିଥିବା ଦିଲ୍ଲୀ ଏମ୍ସ ଡାକ୍ତରମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରାଯାଇଛି ।

ଫାଇଲ ଫଟୋ

କଟକ: ଯୋଡାମୁଣ୍ଡରୁ ଅଲଗା ହୋଇଥିବା ଜଗାବଳିଆଙ୍କ ମଧ୍ୟରୁ ବଳିଆର ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ । ଛାତିରେ ସଂକ୍ରମଣ ଓ ନିମୋନିଆ ଯୋଗୁଁ ତାକୁ ଭେଣ୍ଟିଲେଟରରେ ରଖାଯାଇଛି । ଏପରିକି ତାର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପାଇଁ ଜଗାବଳିଆଙ୍କ ଅପରେସନ କରିଥିବା ଦିଲ୍ଲୀ ଏମ୍ସ ଡାକ୍ତର ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ସହିତ ବଳିଆଙ୍କ ସ୍ଥିତି ସଂପର୍କରେ ଦିଲ୍ଲୀ ଏମ୍ସର ଡାକ୍ତରମାନଙ୍କୁ ଲିଖିତ ଆକାରରେ ଜଣାଇ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏସସିବିର ଡ଼ାକ୍ତରୀ ଟିମ ବଳିଆର ଚିକିତ୍ସା ଜାରି ରଖିଛନ୍ତି ।

ତେବେ ବଳିଆଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆଣିବା ପାଇଁ ଏମ୍ସ ଡ଼ାକ୍ତରଙ୍କ ନିହାତି ଆଵଶ୍ୟକତା ରହିଛି ବୋଲି ଏସସିବି ଜରୁରୀକାଳୀନ ଅଧକାରୀ ଭୁବନାନନ୍ଦ ମହାରଣା କହିଛନ୍ତି । ବଳିଆର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆଣିବାକୁ ସମସ୍ତ ଉଦ୍ୟମ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି । ବଳିଆ ଖୁବ ଶୀଘ୍ର ସୁସ୍ଥ ହେବା ନେଇ ଆଶା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବଳିଆ ସ୍ଥିତି ଗୁରୁତର । ଯୋଡ଼ା ମୁଣ୍ଡ ର ଅଲଗା ହୋଇଥିବା ଜଗାବଳିଆ ମଧ୍ୟରୁ ଏବେ ବଳିଆ ବିପଦ ରେ । ଏମ୍ସ ରୁ ଆସିବା ପରେ ବଳିଆ କୁ ବାତ ମାରୁଥିଲା ତା ପରେ ସ୍ଥିତି ଆୟତ୍ତ କରିଥିଲେ ଡ଼ାକ୍ତରୀ ଟିମ । କିନ୍ତୁ ବର୍ତ୍ତମାନ ଛାତି ରେ ସଂକ୍ରମଣ ଓ ନିମୋନିଆ ହେବାରୁ ସେ ଏବେ ଭେଣ୍ଟିଲେଟର ରେ ବଳିଆ । ତେବେ ବଳିଆ ର ଚିକିତ୍ସା ପାଇଁ ଏମ୍ସ ମେଡିକାଲ କୁ ଯାଇଛି ଚିଠି । ବର୍ତ୍ତମାନ ସୁଦ୍ଧା ବଳିଆ ର ଚିକିତ୍ସା ଜାରି ରଖିଛନ୍ତି ଡ଼ାକ୍ତରୀ ଟିମ । ତେବେ ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆଣିବା ପାଇଁ ଏମ୍ସ ଡ଼କ୍ଟରଙ୍କ ନିହାତି ଆଵଶ୍ୟକତା ରହିଛି ବୋଲି କହିଛନ୍ତି ଏସିବି ଜରୁରୀକାଳୀନ ଅଧକାରୀ ଭୁବନାନନ୍ଦ ମହାରଣା ।

ତେବେ ସମସ୍ତ ଚେଷ୍ଟା ଚାଲିଛି । ଆଉ ବଳିଆ କୁ ଭଲ କରିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି । ଆଉ ଖୁବ ଶୀଘ୍ର ସେ ସୁସ୍ଥ ହେବାର ଆଶା ରହିଛି ବୋଲି କହିଛନ୍ତି ସେ ।

Body:ବାଇଟ: ଏସିବି ଜରୁରୀକାଳୀନ ଅଧକାରୀ (ଭୁବନାନନ୍ଦ ମହାରଣା )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.