ETV Bharat / city

ଘରୋଇ ସ୍କୁଲରେ ସରକାରୀ ନିୟମକୁ ପାଳନ କରାଯାଉଛି କି ? - are the citys private schools abiding by fire safety and other norms

ସହରରେ ଏବେ ଛତୁ ଫୁଟିବା ପରି ବେସରକାରୀ ବିଦ୍ୟାଳୟ ଦେଖିବାକୁ ମିଳୁଛି। ଯଦିଓ ଶିକ୍ଷାର ପ୍ରସାର ପାଇଁ ଏହାର ଆବଶ୍ୟକତା ରହିଛି । ତଥାପି ବେସରକାରୀ ବିଦ୍ୟାଳୟ ଗୁଡିକ ଅନେକ ସରକାରୀ ନିୟମକୁ ଉଲଙ୍ଘନ କରୁଥିବା ଅଭିଯୋଗ ହୋଇଛି । ଏପରିକି ଅନେକ ବେସରକାରୀ ବିଦ୍ୟାଳୟ ଶିକ୍ଷା ବିଭାଗରୁ ଅନୁମତି ଆଣୁନଥିବା ଅଭିଯୋଗ ହୋଇଛି । ସେହିପରି ଅନେକ ନିୟମକୁ ମଧ୍ୟ ଉଲଙ୍ଘନ କରୁଥିବା ଅଭିଯୋଗ ହୋଇଛି । ତେବେ ବେସରକାରୀ ବିଦ୍ୟାଳୟ ଗୁଡିକ କେଉଁ ନିୟମ ମାନିବା ଉଚିତ ବିଶେଷକରି ଅଗ୍ନି ନିରାପତ୍ତା ନିୟମକୁ ମାନୁଛନ୍ତି କି ନାହିଁ, ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ସହରର ଘରୋଇ ସ୍କୁଲରେ ସରକାରୀ ନିୟମକୁ ପାଳନ କରାଯାଉଛି କି !

author img

By

Published : Feb 17, 2021, 3:28 PM IST

କଟକ: ସହରରେ ଛତୁ ଫୁଟିବା ପରି ଗଢିଉଠିଛି ବେସରକାରୀ ବିଦ୍ୟାଳୟ ହେଲେ ଅଧିକାଂଶ ସ୍କୁଲ କରିଛନ୍ତି ସରକାରୀ ନିୟମ ଉଲ୍ଲଂଘନ । ସ୍କୁଲ ନବୀକରଣ ପାଇଁ ଅନୁମତି ଛାତ୍ରସଂଖ୍ୟା ଅନୁଯାୟୀ ଶ୍ରେଣୀଗୃହ ସଂଖ୍ୟା, ଶିକ୍ଷକ ମାନଙ୍କ ପାଇଁ ପୃଥକ କୋଠରୀ ,ପାନୀୟ ଜଳ ,ଶୌଚାଳୟ ସୁବିଧା ଓ ନିର୍ଦ୍ଦିଷ୍ଟ ଖେଳପଡିଆ ଆଦି ବାଧ୍ୟତାମୂଳକ ରହିଛି। ହେଲେ ଏସବୁଥିରେ ନଜର ଆସିଛି ବ୍ୟତିକ୍ରମ । ସବୁଠାରୁ ବଡ଼ କଥା ହେଉଛି ଅନେକ ବେସରକାରୀ ସ୍କୁଲରେ ଦୁର୍ଘଟଣାକୁ ଏଡାଇବା ପାଇଁ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ସେପଟେ ସରକାର ଉପଯୁକ୍ତ ପଦକ୍ଷେପ ନେଉନଥିବାରୁ ବେସରକାରୀ ସ୍କୁଲ ଗୁଡିକ ନିୟମ ଉଲଙ୍ଘନ କରୁଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ଅବିଭାବକ ମହାସଂଘ ଉପଦେଷ୍ଟା ।

ସହରର ଘରୋଇ ସ୍କୁଲରେ ସରକାରୀ ନିୟମକୁ ପାଳନ କରାଯାଉଛି କି !
ଅନେକ ସ୍କୁଲ ଅବ୍ୟବସ୍ଥା ନେଇ ପ୍ରତିକ୍ରିୟା ଦେଇନଥିବାବେଳେ କେତେକ ବେସରକାରୀ ସ୍କୁଲ ରହିଛି ଯାହା ଅଗ୍ନିନିରାପତ୍ତା ନିୟମ ସମେତ ସରକାରୀ ନିୟମ ମାନୁଥିବା ଦେଖିବାକୁ ମିଳିଛି । ଏନେଇ କଟକ ଜିଲ୍ଲାପାଳ କହିଛନ୍ତି ଏଥିପ୍ରତି ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି । ନିୟମକୁ କଡାକଡି ପାଳନ କରାଯାଉଛି କି ନାହିଁ ତାହାର ତର୍ଜମା କରିବାକୁ ସ୍ବତନ୍ତ୍ର ଟିମ ରହିଛନ୍ତି।କଟକ ସହରରେ ପ୍ରାୟ ୩୦ ରୁ ଅଧିକ ବେସରକାରୀ ବିଦ୍ୟାଳୟ ରହିଥିବା ବେଳେ ଅନେକ ବିଦ୍ୟାଳୟରେ ଖେଳପଡ଼ିଆ ନଥିବା ଜଣାପଡିଛି। ଯେଉଁମାନେ ନିୟମ ଉଲଙ୍ଘନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଏହି ସମସ୍ୟା ସମାଧାନ ହେବ ବୋଲି କୁହାଯାଉଛି।କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.