ETV Bharat / city

ଓସିଏରେ ବସିଲା ଆପେକ୍ସ କାଉନସିଲ ବୈଠକ, ଜୁନିୟରଙ୍କ ଉପରେ ଫୋକସ

ଓସିଏରେ ବସିଲା ଆପେକ୍ସ କାଉନସିଲ ବୈଠକ । ଜୁନିୟରଙ୍କ ଉପରେ ଫୋକସ । ଅଧିକ ପଢନ୍ତୁ...

_apex council meeting in oca
ଓସିଏରେ ବସିଲା ଆପେକ୍ସ କାଉନସିଲ ବୈଠକ ,ଜୁନିୟରଙ୍କ ଉପରେ ଫୋକସ
author img

By

Published : Dec 28, 2020, 11:02 PM IST

କଟକ: ଓସିଏରେ ବସିଲା ଆପେକ୍ସ କାଉନସିଲ ବୈଠକ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହେଲା ଆଲୋଚନା । ବିଶେଷକରି ଜୁନିୟରଙ୍କ ଉପରେ ରହିଲା ଫୋକସ । ଆଗାମୀ ବର୍ଷ ଜାନୁଆରୀରେ ହେବ ଅନ୍ତ ଜିଲା ଜୁନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବ, ସେ ସିନିୟର ଦଳରେ ସ୍ଥାନ ପାଇବ । ଏହି 16 ବର୍ଷରୁ କମ ଓ 19 ବର୍ଷରୁ କମ ବୟସ ଵର୍ଗ ଖେଳାଳି ଯେଉଁମାନେ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବେ। ସେମାନେ ଏକାଡେମୀ କ୍ୟାମ୍ପ ପାଇଁ ଚୟନ ହେବେ ।

ଏହାପରେ ଏକ ମହିଳା ଟ୍ୟାଲେଣ୍ଟ ହଣ୍ଟ ପ୍ରତିଯୋଗିତା ସମସ୍ତ ଆଫିଲେଟେଡ଼ ଜିଲ୍ଲାରେ ଆୟୋଜନ ହେବ । ସେଥିରୁ ମଧ୍ୟ ଅନେକ ପ୍ରଭାବୀ ମହିଳା ଖେଳାଳି କ୍ୟାମ୍ପ ପାଇଁ ଚୟନ ହେବେ । ଯାହା ଦ୍ବାରା ଓଡିଶା ମହିଳା ଟିମ ମଧ୍ୟ ଆହୁରି ଶକ୍ତ ହେବ । ଏହାସହ ଅନ୍ତଜିଲ୍ଲା ସ୍କୁଲ କ୍ରିକେଟ ଆରମ୍ଭ କରିବ ଓସିଏ । ଯେଉଁ ଖେଳାଳି ଭଲ ପ୍ରଦର୍ଶନ କରିବ ସେ ଓସିଏ ଏକାଡେମୀରେ ସ୍ଥାନ ପାଇବେ । ତେବେ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.