ETV Bharat / city

ଅନୁଭବଙ୍କ ନାଁରେ ଫେକ୍‌ ଇନଷ୍ଟା ଆକାଉଣ୍ଟ, ସାଇବର ଥାନାରେ ମାମଲା ରୁଜୁ

author img

By

Published : Oct 16, 2022, 7:45 AM IST

Updated : Oct 16, 2022, 4:22 PM IST

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ ଆକାଉଣ୍ଟ । କଟକ ସାଇବର ଥାନାରେ ଅଭିଯୋଗ କଲେ ଅନୁଭବ । ଅଧିକ ପଢ଼ନ୍ତୁ

Anubhav Mohanty alleged fake Instagram account fir in cyber cell
ଅନୁଭବଙ୍କ ନାଁରେ ଫେକ ଆକାଉଣ୍ଟ, ସାଇବର ଥାନାରେ ମାମଲା ରୁଜୁ

କଟକ: ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ । ଫେକ ଆକାଉଣ୍ଟ ମାଧ୍ୟମରେ ମାଗୁଛନ୍ତି ସାଇବର ଠକ । ଏହି ଘଟଣାକୁ ନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି । ଏନେଇ ତଦନ୍ତ କରିବ ସାଇବର ପୋଲିସ ।

ଏତେଲାରେ ଅନୁଭବ ଦର୍ଶାଇଛନ୍ତି ଯେ, ''ଇଷ୍ଟାଗ୍ରାମ ଓ ଫେସବୁକରେ ମୋ ନାମରେ ଦୁଇଟି ଫେକ୍‌ ଆକାଉଣ୍ଟ ଖୋଲାଯାଇଛି । ସେହି ଆକାଉଣ୍ଟରେ ଜଣେ ଶିଶୁର ଫଟୋ ରଖି ତାଙ୍କ ଚିକିତ୍ସା ପାଇଁ ଅର୍ଥ ଦାନ କରିବାକୁ ଅପିଲ କରାଯାଇଛି । ଏଥିସହ ଟଙ୍କା ଦେବା ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମଧ୍ୟ ଦିଆଯାଇଥିବା ଅଭିଯୋଗ କରିଥିଲେ ଅନୁଭବ ।''

ଅନୁଭବଙ୍କ ନାଁରେ ଫେକ ଆକାଉଣ୍ଟ

''ଏଥି ସହ ସାଇବର ହ୍ୟାକର ଅନୁଭବଙ୍କ ପ୍ରକୃତ ଆକାଉଣ୍ଟକୁ ବ୍ଲକ କରି ଦେଇଥିବା ଅନୁଭବ ଅଭିଯୋଗ କରିଥିଲେ । ଫେକ ଆକାଉଣ୍ଟ ଯୋଗୁଁ ଅନୁଭବଙ୍କ ଫ୍ୟାନ ଫଲୋୟର୍ସ ଠକାମୀର ଶିକାର ହେଉଥିବା ସେ କହିଛନ୍ତି । ଅନୁଭବଙ୍କ ନାଁରେ ଫେସବୁକରେ ମଧ୍ୟ ଫେକ୍‌ ଆକାଉଣ୍ଟ ଖୋଲାଯାଇଛି । ଆକାଉଣ୍ଟ ବ୍ଲକ ହୋଇଥିବା ଯୋଗୁଁ ସେ ଅନେକ ସମସ୍ୟାର ଶିକାର ହେଉଛନ୍ତି । ଏନେଇ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁଭବ ଦାବି କରିଥିଲେ ।''

ଏହା ମଧ୍ୟ ପଢ଼ନ୍ତୁ: ଅନୁଭବ ବର୍ଷା ବିବାହ ବିଚ୍ଛେଦ: ଆସନ୍ତା ୧୭ରେ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ

ତେବେ ଏହି ଘଟଣାରେ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ''ଅନୁଭବ ମହାନ୍ତିଙ୍କ ନାମରେ ଫେକ୍‌ ଆକାଉଣ୍ଟ ଘଟଣାରେ ପୋଲିସ ପାଖେ ଅଭିଯୋଗ ହୋଇଛି, ଏନେଇ ଆମେ ଯାଞ୍ଚ କରିବୁ, କିଏ କାହିଁକି ଏଭଳି ଆକାଉଣ୍ଟ ଖୋଲି ଟଙ୍କା ମାଗୁଥିଲା । ଏହି ଫେକ୍‌ ଆକାଉଣ୍ଟ ଡିଲିଟ ପାଇଁ ମଧ୍ୟ ବ୍ୟବସ୍ଥା କରିବୁ, ସାଇବର କ୍ରାଇମ୍ ତଦନ୍ତରେ ଏନେଇ ଯାହା ଯାହା ଆବଶ୍ୟକ ପଡ଼ିବ ପୋଲିସ କରିବ ।"

ତେବେ ଏଭଳି କାର୍ଯ୍ୟରେ ନିବୃତ୍ତ ଥିବା ଅପରାଧୀଙ୍କୁ ଧରିବା ପାଇଁ ସେ ନିବେଦନ କରିଛନ୍ତି ଅନୁଭବ । ସୂଚନା ଥାଉକି, ସାଂସଦ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲା ନେଇ ଚର୍ଚ୍ଚାରେ ରହିଛନ୍ତି । ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଇଟିଭି ଭାରତ, କଟକ

Last Updated : Oct 16, 2022, 4:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.