ETV Bharat / city

କଟକରୁ 83 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

କଟକ ମହାନଗର ନିଗମରେ 83 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କ୍ବାରେଣ୍ଟିନ ସେଣ୍ଟରରୁ 39 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

କଟକରେ 83 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
କଟକରେ 83 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
author img

By

Published : Oct 16, 2020, 10:32 PM IST

କଟକ: କଟକ ମହାନଗର ନିଗମରେ ଆଜି (ଶୁକ୍ରବାର) ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟିନ ସେଣ୍ଟରରୁ 39 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 44 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

କ୍ବାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ହୋମ କ୍ବାରେଣ୍ଟିନ ସେଣ୍ଟରରୁ 20 ଜଣ ଚିହ୍ନଟ ହୋଇଛନ୍ତି। ସରକାରୀ ସଂଗରୋଧ କେନ୍ଦ୍ରରୁ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାବଜାର ଅଞ୍ଚଳରୁ ସର୍ବାଧିକ 4 ଜଣ ଆକ୍ରାନ୍ତ, କଟକ ସିଡିଏ ସେକ୍ଟରରୁ 3 ଜଣ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶଙ୍କରପୁର, ଚାନ୍ଦିନୀଚୌକ,ମହାନଦୀ ବିହାର, ଜଗତପୁର, ଅରୁଣଦୋୟ ମାର୍କେଟ, ସିଡିଏ ସେକ୍ଟର 6, ମୁଗାଭଙ୍ଗା, ମେରିଆ ବଜାର, ସିଡିଏ 9 ଓ ସାମନ୍ତ ସାହିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ।

କଟକରେ 83 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ
କଟକରେ 83 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ସେହିଭଳି ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାବଜାର ଓ ବିଡ଼ାନାସୀରୁ 4 ଜଣ ଲେଖାଏଁ, କଲେଜ ଛକ ଓ ଜଗତପୁରରୁ 3 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଣୀହାଟ, ଚାଉଳିଆଗଞ୍ଜ, ଅରୁଣଦୋୟ ମାର୍କେଟ, ବକ୍ସି ବଜାର, ରାଜା ବଗିଚା ଓ ସିଡିଏ 9ରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଖପୁରିଆ, ଲିଙ୍କରୋଡ, ଦରଘା ବଜାର ଓ ଦୋଳମୁଣ୍ଡାଇ ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ।

କଟକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 13 ହଜାର 946କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୩ ହଜାର ୧୧ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୬୨ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ କଟକ ମହାନଗର ନିଗମରେ ୮୭୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.