ETV Bharat / city

କଟକର ସମସ୍ତ ପ୍ରବାସୀଙ୍କୁ କାମ ଯୋଗାଇ ଦିଆଯିବ: ଜିଲ୍ଲାପାଳ

କଟକ ଜିଲ୍ଲାର ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ କର୍ମ ଯୋଗାଇବ ଜିଲ୍ଲା ପ୍ରଶାସନ । ଏନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଅଧିକ ପଢ଼ନ୍ତୁ...

author img

By

Published : May 29, 2020, 10:11 PM IST

all-migrants-in-cuttack-will-be-provided-with-jobs-cuttack-district-magistrate
କଟକର ସମସ୍ତ ପ୍ରବାସୀଙ୍କୁ କାମ ଯୋଗାଇ ଦିଆଯିବ: ଜିଲ୍ଲାପାଳ

କଟକ: ପ୍ରବାସୀ ଓଡ଼ିଆଙ୍କ ପାଇଁ ଖୁସି ଖବର । କଟକ ଜିଲ୍ଲାର ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ କର୍ମ ଯୋଗାଇବ ଜିଲ୍ଲା ପ୍ରଶାସନ । ଏନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

କୋରୋନା ପାଇଁ ଅନେକ ଲୋକ ଜୀବିକା ହରାଇଛନ୍ତି । ଏପର୍ଯ୍ୟନ୍ତ କଟକ ଜିଲ୍ଲାର ପ୍ରାୟ ୧୫ ହଜାରରୁ ଅଧିକ ପ୍ରବାସୀ କଟକକୁ ଫେରିଛନ୍ତି । ତେବେ ସେମାନେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି । ସମସ୍ତେ ଜୀବିକା ହରାଇ ଥିଲା ବେଳେ ସେମାନଙ୍କୁ ଏନଆରଜିଏସ ମାଧ୍ୟମରେ କର୍ମ ଯୋଗାଇ ଦିଆଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଏନେଇ ବ୍ୟାଙ୍କର୍ସ ସହ ଆଲୋଚନା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେମାନେ ଓଡ଼ିଶାରେ ରହି ନିଜ ସ୍ଥାନର ବିକାଶ କରିବେ। ଫଳରେ ଅର୍ଥନୀତିର ବିକାଶ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.