ETV Bharat / city

All India lawyers cricket tournament; ବାଜି ମାରିଲା ଦିଲ୍ଲୀ ବାର ଆସୋସିଏସନ

ଶେଷ ହୋଇଛି ୨୪ ତମ ସର୍ବ ଭାରତୀୟ ଆଇନଜୀବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ (All India lawyers cricket tournament) । କଟକର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ହାଇକୋର୍ଟ ବାର ଆସୋସିଏସନ ଓ ମାଡ୍ରାସ ହାଇକୋର୍ଟ ବାର ଆସୋସିଏସନ ମଧ୍ୟରେ ଫାଇନାଲ ଫାଇଟ ହୋଇଥିଲା । ଅଧିକ ପଢନ୍ତୁ

author img

By

Published : Dec 29, 2021, 10:07 AM IST

Updated : Dec 29, 2021, 11:21 AM IST

All India lawyers cricket tournament; ବାଜି ମାରିଲା ଦିଲ୍ଲୀ ବାର ଆସୋସିଏସନ
ଦିଲ୍ଲୀ ବାର ଆସୋସିଏସନ ଚମ୍ପିୟନ

କଟକ: ଶେଷ ହୋଇଛି ୨୪ ତମ ସର୍ବ ଭାରତୀୟ ଆଇନଜୀବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ (All India lawyers cricket tournament) । କଟକର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ହାଇକୋର୍ଟ ବାର ଆସୋସିଏସନ ଓ ମାଡ୍ରାସ ହାଇକୋର୍ଟ ବାର ଆସୋସିଏସନ ମଧ୍ୟରେ ଫାଇନାଲ ଫାଇଟ ହୋଇଥିଲା । 25 ରନରେ ମାଡ୍ରାସ ହାଇକୋର୍ଟ ବାର ଆସୋସିଏସନକୁ ହରାଇ ଟାଇଟଲ ହାସଲ କରିଛି ଦିଲ୍ଲୀ ହାଇକୋର୍ଟ ବାର ଆସୋସିଏସନ ।

ବାଜି ମାରିଲା ଦିଲ୍ଲୀ ବାର ଆସୋସିଏସନ

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨ଟି ୱିକେଟ ହରାଇ ୧୯୫ ରନ ସଂଗ୍ରହ କରିଥିଲା । ଜବାବରେ ମାଡ୍ରାସା ୧୯ ଓଭରରେ ୧୭୦ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଥିଲା । ପରିଣାମ ଦିଲ୍ଲୀ ୨୫ ରନରେ ମ୍ୟାଚକୁ ହାତେଇ ନେଇଥିଲା । ଦିଲ୍ଲୀର ପ୍ରଦୀପ ଯାଦବ ମୋଟ ୨୬୬ ରନ ସଂଗ୍ରହ କରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହୋଇଛନ୍ତି । ୬୩ ବଲରୁ ୯୭ ରନ ସଂଗ୍ରହ କରିଥିଲେ ପ୍ରଦୀପ । ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ପ୍ରଦୀପ ।

ମାଡ୍ରାସାର ଧଳପତି ବିଗ୍ନେସ ମ୍ୟାନ ୧୬ଟି ୱିକେଟ ଅକ୍ତିଆର କରି ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ଏହା ସହ ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି । ଏହି ଉଦଯାପନୀ ଉତ୍ସବରେ ଡ୍ରିମ୍ସର ପ୍ରତିଷ୍ଠାତା ପ୍ରମୋଦ ଚନ୍ଦ୍ର ରଥଙ୍କ ସମେତ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନେ ଅତିଥି ଭାବେ ଯୋଗ ଦେଇଥିଲେ । ପୁରସ୍କାର ବିତରଣ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଅତିଥି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

Last Updated : Dec 29, 2021, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.