ETV Bharat / city

ଆକାଶ ପାଠକଙ୍କ ଜାମିନ ଆବେଦନ ଶୁଣାଣି, କେସ୍ ଡାଏରୀ ଦାଖଲ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jan 5, 2021, 2:14 PM IST

ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଆକାଶ ପାଠକଙ୍କ ଜାମିନ ଆବେଦନ ପ୍ରସଙ୍ଗରେ ହାଇକୋର୍ଟରେ ଆଜି(ମଙ୍ଗଳବାର) ଶୁଣାଣି ହୋଇଛି। କେସ ଡାଏରି ଦାଖଲ କରିବା ପାଇଁ ଭିଜିଲାନ୍ସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ...

ଆକାଶ ପାଠକଙ୍କ ଜାମିନ ଆବେଦନ ଶୁଣାଣି
ଆକାଶ ପାଠକଙ୍କ ଜାମିନ ଆବେଦନ ଶୁଣାଣି

କଟକ: ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଆକାଶ ପାଠକଙ୍କ ଜାମିନ ଆବେଦନ ପ୍ରସଙ୍ଗରେ ହାଇକୋର୍ଟରେ ଆଜି(ମଙ୍ଗଳବାର) ଶୁଣାଣି ହୋଇଛି। କେସ ଡାଏରି ଦାଖଲ କରିବା ପାଇଁ ଭିଜିଲାନ୍ସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ନଭେମ୍ବର 25 ତାରିଖରେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ବାସ ଭବନରେ କରିଥିଲା ଚଢାଉ କରାଯାଇଥିଲା ।

ଗତ କିଛି ବର୍ଷ ମଧ୍ୟରେ ଭିଜିଲାନ୍ସ ବିଭାଗର ଏହା ଥିଲା ସର୍ବବୃହତ ଚଢ଼ାଉ। ଭିଜିଲାନ୍ସର ୧୫୦ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଚାରୋଟି ରାଜ୍ୟରେ ଚଢ଼ାଉ କରି ଭିଜିଲାନ୍ସ ଅଭୟକାନ୍ତ ଠୁଳ କରିଥିବା ଆୟ ବର୍ହିଭୁତ ସମ୍ପତ୍ତିର ଖୁଲାସା କରିଥିଲା। ନିଜ ରୋଜଗାର ଠାରୁ ୪୩୫ ପ୍ରତିଶତର ଅଧିକ ଆୟ କରିଥିବା ଭିଜିଲାନ୍ସ ପ୍ରମାଣ ପାଇବାପରେ ନଭେମ୍ବର 27 ତାରିଖରେ ଭିଜିଲାନ୍ସ ସେଲରେ ମାମଲା ରୁଜୁ କରି ଅଭୟ କାନ୍ତଙ୍କୁ ଗିରଫ କରାଯାଇଥିଲା।

ପରେ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଭିଜିଲାନ୍ସ ପୁନେରୁ ଗିରଫ କରିଥିଲା। ଭିଜିଲାନ୍ସ ପକ୍ଷରୁ ୨୦ ଜଣିଆ ଏସଆଇଟି ଗଠନ କରାଯାଇ ଉଭୟ ବାପ-ପୁଅଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ଉଗାଳି ଥିଲା ଭିଜିଲାନ୍ସ ଏସଆଇଟି। ତେବେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଆକାଶ ପାଠକଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଆକାଶ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.