ETV Bharat / city

ସ୍ୱାବଲମ୍ବୀ କାରିଗରଙ୍କୁ ସରକାରୀ ମାନ୍ୟତା ପାଇଁ ଦାବି

author img

By

Published : Dec 17, 2021, 10:07 PM IST

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲେ ଓଡିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରୀଗର ସଂଘ । 8 ଦଫା ଦାବି ନେଇ ଶୁକ୍ରବାର କଟକରେ ସଂଘ ପକ୍ଷରୁ ଆନ୍ଦୋଳନ କରଯାଇଛି । ଅଧିକ ପଢନ୍ତୁ

ସ୍ୱାବଲମ୍ବୀ କାରିଗରଙ୍କୁ ସରକାରୀ ମାନ୍ୟତା ପାଇଁ ଦାବି
ସ୍ୱାବଲମ୍ବୀ କାରିଗରଙ୍କୁ ସରକାରୀ ମାନ୍ୟତା ପାଇଁ ଦାବି

କଟକ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲା ଓଡିଶା ରାଜ୍ୟ ମିଳିତ ସ୍ୱାବଲମ୍ବୀ କାରୀଗର ସଂଘ । 8 ଦଫା ଦାବି ନେଇ ଶୁକ୍ରବାର କଟକରେ ସଂଘ ପକ୍ଷରୁ ଆନ୍ଦୋଳନ କରଯାଇଛି । ଆନ୍ଦୋଳନକାରୀଙ୍କ ମତରେ କୋଭିଡ ମହାମରୀ ସମୟରେ ସରକାର ବିଭିନ୍ନ କଟକଣା ଜାରି କରି ଚାଲିଛନ୍ତି ।ଯାହାର ଫଳ ସ୍ୱରୂପ ଶ୍ରମିକ ମାନଙ୍କ ଅବସ୍ଥା ସଙ୍ଗୀନ ହେବାରେ ଲାଗିଛି । ବିଶେଷକରି ସ୍ୱାବଲମ୍ବୀ କାରୀଗରମାନଙ୍କର ।

ଏହି ସମୟରେ ଶ୍ରମିକମାନଙ୍କ ସୁରକ୍ଷା କଥା ଚିନ୍ତା କରିବା ପରିବର୍ତ୍ତେ ଶ୍ରମିକ ମାରଣ ନୀତି ଆଣୁଛନ୍ତି । ଯାହାକୁ ସଂଘ ସମ୍ପୂର୍ଣ୍ଣ ବିରୋଧ କରିଛି। କୋଭିଡ ମହାମରୀ ସମୟରେ ଏହି କାରିଗରମାନେ ବିନା ଛୁଟିରେ କାମ କରୁଥିଲେ ସୁଧା ଏଯାବତ ସେମାନଙ୍କୁ ସରକାରୀ ମାନ୍ୟତା ମିଳିଲାନି । ମାସିକ 2 ହଜାର ଟଙ୍କାରେ ଏମାନେ କାର୍ଯ୍ୟ କରୁଛନ୍ତି । ତେବେ ଏପରି ସ୍ଥଳେ ସରକାରଙ୍କ ଏହି ନୀତିକୁ ବିରୋଧ କରିବା ସହ ମାସିକ 21 ହଜାର ଟଙ୍କା ଦେବା ପାଇଁ ଦାବି କରିଛି ସଂଘ। ଯଦି ଏହି ଦିଗରେ ସରକାର ହସ୍ତକ୍ଷେପ ନ କରନ୍ତି । ତେବେ ଏକ ବଡ଼ ଜନ ଆନ୍ଦୋଳନର ସମ୍ନା କରିବେ ସରକାର ।

କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.