ନିଆଳି : ଆଧୁନିକ ଗୀତ ତାଳେ ତାଳେ ନାଚୁଛନ୍ତି ଜନୈକା ଯୁବତୀ । ମନ୍ଦିର ଭିତରେ ଯୁବତୀଙ୍କ ଇନଷ୍ଟାଗ୍ରାମ ରିଲ୍ । ସୋସିଆଲ ମିଡିଆରେ ଘୁରି ବୁଲିଲା ଏହି ଭିଡିଓ । ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହେଲା । ତେବେ ପରେ ସମ୍ପୃକ୍ତ ଯୁବତୀ ଏକ ଭିଡିଓ ଜାରି କରି କରି ଏମିତି କହିଛନ୍ତି । ସିଧା ନିଜ ଭୂଲ କେଉଁଠି ରହିଲା, ସେ କଥାକୁ ନକହି ସିଧା ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମକୁ ଦାୟୀ କରିବା ସହ ଧମକ ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ୬୪ ଯୋଗିନୀ ପୀଠ ଓଡ଼ିଶାର ଦୁଇଟି ସ୍ଥାନରେ ରହିଛି ଗୋଟିଏ ବଲାଙ୍ଗୀର ଜିଲ୍ଲାର ରାଣୀପୁର ଏବଂ ଅନ୍ୟଟି ରାଜଧାନୀ ଉପକଣ୍ଠ ବାଲିଅନ୍ତା ହାରାପୁର ଠାରେ ଅବସ୍ଥିତ । ୬୪ ଯୋଗିନୀ ପୀଠ ହେଉଛି ତନ୍ତ୍ର ସାଧନାପୀଠ। ମାତ୍ର ଏହି ଭିଡିଓରେ ଆଧୁନିକତାରେ ଗୀତରେ ତାଳେ ତାଳେ ସମ୍ପୃକ୍ତ ଯୁବତୀ ନାଚୁଥିବା ଭିଡିଓ ଭାଇରାଲ ହୋଇଥିଲା । ପରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସମ୍ପୃକ୍ତ ଯୁବତୀ ନିଜ ପଟୁ ଏହି ଭିଡିଓ ଜରି କରିଛନ୍ତି।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ