ETV Bharat / city

ବଳଙ୍ଗା ଥାନା ଘଟଣା ପରେ ଚେତିଲା କ୍ରାଇମବ୍ରାଞ୍ଚ

ପୁରୀ ବଳଙ୍ଗା ଥାନା ମାଲଖାନାରେ ବିସ୍ଫୋରଣ ହେବା ପର ଚେତା ପଶିଲା ପ୍ରଶାସନ ଓ ରାଜ୍ୟ କ୍ରାଇମବ୍ରାଞ୍ଚର । ଗୋଟିଏ ଥାନା ଉଡିଯିବା ସହ ଜଣେ ଅଧିକାରୀ ନିଳମ୍ବିତ ହେବା ପରେ ଜବତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ନେଇ ଆକ୍ସନକୁ ଆସିଛନ୍ତି ପୋଲିସ ବିଭାଗର ବଡବାବୁ ମାନେ । ଅଧିକ ପଢନ୍ତୁ...

Balanga police station incident
Balanga police station incident
author img

By

Published : Sep 30, 2021, 9:40 PM IST

କଟକ: ପୁରୀ ବଳଙ୍ଗା ଥାନା ମାଲଖାନାରେ ବିସ୍ପୋରଣ ହେବା ପର ଚେତା ପଶିଲା ପ୍ରଶାସନ ଓ ରାଜ୍ୟ କ୍ରାଇମବ୍ରାଞ୍ଚର । ଗୋଟିଏ ଥାନା ଉଡିଯିବା ସହ ଜଣେ ଅଧିକାରୀ ନିଳମ୍ବିତ ହେବା ପରେ ଜବତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ନେଇ ଆକ୍ସନକୁ ଆସିଛନ୍ତି ପୋଲିସ ବିଭାଗର ବଡବାବୁ ମାନେ ।

PHOTO
ବଳଙ୍ଗା ଥାନା ଘଟଣା ପରେ ଚେତିଲା କ୍ରାଇମବ୍ରାଞ୍ଚ

ଆଜି (ଗୁରୁବାର) ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଜାରି ନିର୍ଦ୍ଦେଶନାମାରେ କୁହାଯାଇଛିଯେ ରାଜ୍ୟର ସମସ୍ତ ଥାନା ଗୁଡିକରେ ଥିବା ମାଲଖାନାର ଜବତ ବିସ୍ଫୋରକ ସାମଗ୍ରୀର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲା ଓ ମହାନଗର ନିଗମରେ ଥିବା ଥାନା ଗୁଡିକରେ ମାଲଖାନା ଯାଞ୍ଚ କରିବା ଓ ସେଠାରେ ଥିବା ବିସ୍ଫୋରକ ଗୁଡିକର ସଠିକ ଯାଞ୍ଚ କରିବା ପାଇଁ ହୋଇଛି ନିର୍ଦେଶ ।

ଯଦି କୌଣସି ବିସ୍ଫୋରକ ବିପଦ ରେଞ୍ଜ ମଧ୍ୟରେ ରହିଥିବ ତେବେ ତାହାକୁ ଶୀଘ୍ର ନିଷ୍କ୍ରିୟ କରିବା ନିର୍ଦ୍ଦେଶ ନାମାରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ନିଷ୍କ୍ରିୟ କରିବା ସମୟରେ ସୁରକ୍ଷା ଦୃଷ୍ଟି କୋଣରୁ ବୋମା ନିଷ୍କ୍ରିୟକାରୀ ଟିମର ସହାୟତା ଓ ପରାମର୍ଶ ନେବା ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ କୁହାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.