କଟକ: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ମୋଡ । ରେଳ ଲାଇନରୁ ମିଳିଥିବା ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ବାସ୍ତବରେ ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ । ସେପଟେ ଜୋର ଧରିଛି ଘଟଣା ପଛରେ ତଦନ୍ତ । ଆଦିତ୍ୟଙ୍କ ପରିବାର ଓ ବନ୍ଧୁ ପରିଜନଙ୍କୁ ପଚରା ଉଚୁରା ମଧ୍ୟ ଜୋରସୋରରେ ଚାଲିଛି । ଏମିତିରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବାପ ଘରେ ଆରମ୍ଭ ହୋଇଛି ତଦନ୍ତ ।
ସୂଚନା ଅନୁଯାୟୀ ସମ୍ପୃକ୍ତ ଘଟଣାର ତଦନ୍ତ ପାଇଁ ଜିଆରପିର ଏକ ତଦନ୍ତକାରୀ ଦଳ ଶନିବାର କଟକ କାଜିଡିହସ୍ଥିତ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବାପଘରେ ପହଞ୍ଚିଛି । ଯାହା ଘଟଣାକୁ ସମ୍ପୂର୍ଣ୍ଣ ଭିନ୍ନ ମୋଡ ଦେଉଥିବା ଦେଖାଯାଉଛି । ତେବେ ବାସ୍ତବରେ ଘଟଣା କ’ଣ ଓ ବିଦ୍ୟାଶ୍ରୀଙ୍କ ବାପଘରେ ତଦନ୍ତ କାହିଁକି ହୋଇଥିଲା ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ