ETV Bharat / city

ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆସନ୍ତା ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି

author img

By

Published : Apr 8, 2021, 7:46 PM IST

ଗୁରୁବାର ହାଇକୋର୍ଟରେ ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ...

ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା
ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା

କଟକ: ଗୁରୁବାର ହାଇକୋର୍ଟରେ ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ଆଦିତ୍ୟ ଦାସ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବୋଲି ବିଦ୍ୟାଶ୍ରୀଙ୍କ ଓକିଲ ପୂର୍ବରୁ ହାଇକୋର୍ଟରେ ଯୁକ୍ତି ଦର୍ଶାଇଥିବାବେଳେ ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ।

ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ହୋମିସାଇଡ଼ କି ସୁଇସାଇଡ଼ ପୋଷ୍ଟମର୍ଟମ ରିପୋର୍ଟରେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏନେଇ ବିସ୍ତୃତ ଶୁଣାଣି କରିବା ପାଇଁ ଅଦାଲତ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ତାରିଖରେ ଏନେଇ ସବିଶେଷ ଶୁଣାଣି କରାଯିବ। ୨୦୨୦ ଜୁଲାଇ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନରୁ ଆଦିତ୍ୟ ଦାସଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ଆବେଦନ କରିଛନ୍ତି ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା ମା।

ପୂର୍ବ ଶୁଣାଣି ସମୟରେ ଅଦାଲତରେ କ୍ରାଇମବ୍ରାଞ୍ଚ ଜଉମୁଦ ଲଫାପାରେ ଦାଖଲ କରିଥିଲା ତଦନ୍ତ ରିପୋର୍ଟ। କ୍ରାଇମବ୍ରାଞ୍ଚ ଦ୍ୱାରା ବସ୍ତିରୁ ରେକର୍ଡ କରାଯାଇଥିବା ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡକୁ କୋର୍ଟରେ ମଧ୍ୟ ଦାଖଲ କରାଯାଇଥିଲା। ସିଆରପିସିର ୧୭୪ ଧାରା ଅନୁସାରେ ତଦନ୍ତ ଚାଲିଛି କି ନାହିଁ ଏବଂ ପୋଷ୍ଟ ମଟମ ରିପୋର୍ଟ ଅନୁସାରେ ଏହା ହୋମିସାଇଡ଼ କି ସୁଇସାଇଡ଼ ତାହା ସ୍ପଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚ ପକ୍ଷରୁ ଅଦାଲତରେ ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା।

ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟା ଭଳି ମନେ ହେଉଥିବା ଲେଖା ଯାଇଥିଲେ ମଧ୍ୟ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇ ନଥିବା ବିଦ୍ୟାଶ୍ରୀଙ୍କ ଓକିଲ ଅଦାଲତରେ ଯୁକ୍ତି ରଖିବା ସହ ସତ୍ୟପାଠରେ ଦର୍ଶାଇଛନ୍ତି। ପତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ଓ ମାଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ରୁଜୁ କରାଯାଇଛି। ଏପ୍ରିଲ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେଦିନ ମାମଲାର ବିସ୍ତୃତ ଶୁଣାଣି ହେବ ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.