ETV Bharat / city

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ନୂଆପଡା ACSO

author img

By

Published : Feb 3, 2022, 3:27 PM IST

ବନ୍ଧା ହେଲେ ନୂଆପଡା ଏସିଏସଓ (ACSO) ରତ୍ନାକର ସେଠୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ନୂଆପଡା ACSO
ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ନୂଆପଡା ACSO

କଟକ : ବନ୍ଧା ହେଲେ ନୂଆପଡା ଏସିଏସଓ (ACSO) ରତ୍ନାକର ସେଠୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ନୂଆପଡ଼ା ଆଡିସିନାଲ ସିଭିଲ ସପ୍ଲାଇ ଅଫିସର ରତ୍ନାକର ସେଠୀଙ୍କ ରହିଛି ୬ କୋଟି ୭୩ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି।

ସେଥିମଧ୍ୟରୁ ୬ କୋଟି ୪୩ ଲକ୍ଷ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ବୋଲି ଆକଳନ କରିଛି ଭିଜିଲାନ୍ସ। ରତ୍ନାକରଙ୍କ ସ୍ତ୍ରୀ କଟକ ତିଗିରିଆରେ ଅଙ୍ଗନବାଡ଼ି ସୁପରଭାଇଜର ଅଛନ୍ତି । ସେ ମଧ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ପାରନ୍ତି। ସେ ସରକାରୀ ଚାକିରୀରେ ଥିବାରୁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳରେ ତାଙ୍କର ଭୂମିକା ଥିବା ସନ୍ଦେହ କରୁଛି ଭିଜିଲାନ୍ସ ।

ଉଭୟଙ୍କ ଆୟର ୫୭୦ ପ୍ରତିଶତ ଅଧିକ ସମ୍ପତ୍ତି ରଖିଛନ୍ତି। ବୁଧବାର ରତ୍ନାକରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରିଥିଲା ଭିଜିଲାନ୍ସ। ୬ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଥିଲା । ୧ କୋଟି ୧୭ଲକ୍ଷ ୫୪ ହଜାର ଟଙ୍କାର ଇନ୍ସୁରାନ୍ସ ପ୍ରିମିୟମ ଦେଇଛନ୍ତି ରତ୍ନାକର।

ଏହାବି ପଢନ୍ତୁ : DGPଙ୍କୁ ଭେଟିଲା BJP: ବିଜେଡି ବିରୋଧରେ ହେଲା ଫେରାଦ

ଚାଉଳିଆଗଞ୍ଜରେ ଚାରି ମହଲା ଘର। ୧୩ ହଜାର ବର୍ଗ ଫୁଟର ଏହି ଘର। ୨ କୋଟି ୧୨ ଲକ୍ଷ ୨୫ ହଜାର ଟଙ୍କାର ଏହି ଘର ବୋଲି ଆକଳନ କରିଛି ଭିଜିଲାନ୍ସ ଟେକନିକାଲ ଟିମ। କଟକ ବାଲିସାହିରେ ରହିଛି ଦୁଇ ମହଲା ଘର।

ବାଲିସାହିରେ ରହିଛି ୩ ମହଲା ବିଶିଷ୍ଟ ନଟରାଜ ପ୍ୟାଲେସ ନାମକ କଲ୍ୟାଣ ମଣ୍ଡପ। ଚୌଦ୍ୱାର ଓରନ୍ଧାରେ ରହିଛି ପାଚେରୀ ଥାଇ ୩ ଏକର ଭୂସମ୍ପତ୍ତି। କଟକ ସହରର ଚାଉଳିଆଗଞ୍ଜରେ ତିନୋଟି ପ୍ଲଟ ଥିବାବେଳେ ବାଲିସାହିରେ ରହିଛି ଗୋଟିଏ ପ୍ଲଟ।

ରତ୍ନାକର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୮୯ ଲକ୍ଷ ୨୪ ହଜାର ଟଙ୍କାର ଫିକ୍ସ ଡିପୋଜିଟ ଓ ବ୍ୟାଙ୍କ ଜମା ରହିଛି। ୫୦୦ ଗ୍ରାମର ସୁନା ଅଳଙ୍କାର ସହ ଅଢେ଼ଇ କେଜିର ରୂପା ଅଳଙ୍କାର ଜବତ ହୋଇଛି । ସୁନା ରୂପା ଅଳଙ୍କାର ମୂଲ୍ୟ ୨୦ ଲକ୍ଷ ୯୪ ହଜାର ଟଙ୍କା ଆକଳନ କରିଛି ଭିଜିଲାନ୍ସ ।

୧୬ ଲକ୍ଷ ୫୪ ହଜାର ଟଙ୍କାର ଅନ୍ୟାନ୍ୟ ଘରକରଣ ସାମଗ୍ରୀ ସହ ତିନୋଟି ଦୁଇ ଚକିଆ ଯାନ ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି । ଭିଜିଲାନ୍ସର ୬ଟି ଟିମ ୬ଟି ସ୍ଥାନରେ ରେଡ ମାରିଥିଲା। ଚଢ଼ାଉରେ ସାମିଲ ଥିଲେ ଭିଜିଲାନ୍ସର ୬ ଡ଼ିଏସପି ଓ ୧୨ ଇନ୍ସପେକ୍ଟର। ଏନେଇ କଟକ ଭିଜିଲାନ୍ସ ଏସପି ଅକ୍ଷୟ ମିଶ୍ର ସୂଚନା ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.