କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସ୍ବାମୀ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମଧ୍ୟରେ ନୂଆ ଅଡୁଆରେ ଛନ୍ଦି ହୋଇଛନ୍ତି ବର୍ଷା । ଏବେ ବର୍ଷାଙ୍କୁ ଘାରିଛି ଗିରଫଦାରୀ ଭୟ । ଜାତିଆଣ ଆକ୍ଷେପ ଅଭିଯୋଗରେ ଦିଲ୍ଲୀ ପୋଲିସ ସମନ ଜାରି କରିବା ପରେ ବର୍ଷା ପ୍ରିୟଦର୍ଶିନୀ ଓଡିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଗିରଫଦାରୀ ଭୟରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ବର୍ଷା, ତାଙ୍କ ମାଆ ଓ ଝିଆରୀ ପାଇଁ ଆଗୁଆ ଜାମିନ ଆବେଦନ କରିଥିବାର ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ:ବର୍ଷା ପ୍ରିୟଦର୍ଶିନୀଙ୍କ ବଢ଼ିଲା ସମସ୍ୟା, ସମନ କଲା ଦିଲ୍ଲୀ ପୋଲିସ
ଅନୁଭବ ମହାନ୍ତିଙ୍କ ସହଯୋଗୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ପରିବାର ବିରୁଦ୍ଧରେ ଜାତିଆଣ ଆକ୍ଷେପ ଆଣି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ ପୁରୀଘାଟ ଥାନା ଜରିଆରେ ବର୍ଷାକୁ ସମନ ଜାରି କରିଥିଲେ ।
ଇଟିଭି ଭାରତ, କଟକ