କଟକ: ହାଇକୋର୍ଟରେ ଅଭିନେତା ବାବୁସାନ ମହାନ୍ତିଙ୍କ ଆଗୁଆ ଜାମିନ ଆବେଦନ ମାମଲା । ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ । ମାମଲାକୁ ନେଇ ଆବେଦନକାରୀ ବାବୁସାନ ଥାନାରେ ହାଜର ହୋଇଥିଲେ । ସିଆରପିସି-୪୧ରେ ତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଏଥିପାଇଁ ଜାମିନର ଆବଶ୍ୟକତା ନଥିବାରୁ କୋର୍ଟ ଆଗୁଆ ଜାମିନ ଆବେଦନର ଅନ୍ତ ଘଟାଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ମଧ୍ୟ ବାବୁସାନ ସହାଯୋଗ କରୁଛନ୍ତି । ତେଣୁ ଗିରଫଦାରୀର ଆଶଙ୍କା ନାହିଁ କି ଆଗୁଆ ଜାମିନର ଆବଶ୍ୟକତା ନାହିଁ ବୋଲି ଦର୍ଶାଇଛନ୍ତି ହାଇକୋର୍ଟ ।
ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଦାଏର ଏତଲାରେ ଅଭିଯୁକ୍ତ ଅଛନ୍ତି ଅଭିନେତା ବାବୁସାନ । ସାମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଥିଲେ । ବାବୁସାନଙ୍କ ବିରୋଧରେ ଦଫା ୪୯୮(କ), ୫୦୬ ଲାଗିଛି ।
ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ଓ ବିଭିନ୍ନ ଅଭିଯୋଗ କରି ବାବୁସାନଙ୍କ ବିରୋଧରେ ପତ୍ନୀ ତୃପ୍ତି ଶତପଥୀ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ । ଏହାସହ ପ୍ରକୃତି ମିଶ୍ରଙ୍କ ନାଁରେ ମଧ୍ୟ ଏତଲା ଦେଇଥିଲେ ତୃପ୍ତି । ଏହାକୁ ନେଇ ବାବୁସାନଙ୍କୁ ହାଜର ହେବା ପାଇଁ ପୋଲିସ ନୋଟିସ ଜାରି କରିଥିଲା । ତେଣୁ ପୋଲିସର ସାମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ଆଗୁଆ ଜାମିନ ଆବେଦନ କରିଥିଲେ ବାବୁସାନ ।
ଇଟିଭି ଭାରତ, କଟକ