ETV Bharat / city

ସାବାସ ଅଭିପସା:ପଶୁପକ୍ଷୀଙ୍କ ପାଇଁ ଦେବଦୂତ, ମା' ଭଳି କରନ୍ତି ସେବା - cuttack news

ପଶୁପକ୍ଷୀଙ୍କ ମନର କଥା ବୁଝିପାରିଛନ୍ତି ଅଭିପସା ମିଶ୍ର। ଆଜି କାଲି ନୁହେଁ ବରଂ ପିଲାଟି ଦିନରୁ ଏଭଳି ଅସହାୟ ପଶୁଙ୍କ ଚିକିତ୍ସା କରି ଆସୁଛନ୍ତି ଅଭିପସା। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 6, 2019, 7:18 PM IST

Updated : Nov 7, 2019, 1:23 PM IST

କଟକ: ଅନେକ ସମୟରେ ଆମେ ପଶୁଙ୍କ ଉପରେ ଅତ୍ୟାଚାର କରିଥାଉ । ଜାଣତରେ ହେଉ ଅବା ଅଜାଣତରେ ହେଉ ଆମେମାନେ ସେମିତି କିଛି ଭୁଲ କରିଥାଉ। ପଶୁ ହେଲେ ବି ସେମାନଙ୍କର ଜୀବନ ଅଛି । ସେମାନଙ୍କର ସେବା କରିବାର ଆମର ଦାୟିତ୍ବ ମଧ୍ୟ। ହେଲେ ଜୀବନର ବ୍ୟସ୍ତତା ମଧ୍ୟରେ ପଶୁଙ୍କ ଦୁଃଖ ଆମେ ବୁଝିନଥାଉ। ହେଲେ ପଢା ସମୟରୁ ସମୟ ବାହାର କରି ପଶୁପକ୍ଷୀଙ୍କ ଦାୟିତ୍ବ ସହ ଦୁଃଖ ବୁଝିଛନ୍ତି ରେଭେନ୍ସାର ମେଧାବୀ ଛାତ୍ରୀ ଅଭିପସା ମିଶ୍ର। ନିଜ ପକେଟ ମନିକୁ ନିଜ ପାଇଁ ଖର୍ଚ୍ଚ ନକରି ଆହତ ପଶୁଙ୍କୁ ଚିକିତ୍ସା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି ସେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ପଶୁପକ୍ଷୀଙ୍କ ମନର କଥା ବୁଝିପାରିଛନ୍ତି ଅଭିପସା ମିଶ୍ର। ଆଜି କାଲି ନୁହେଁ ବରଂ ପିଲାଟି ଦିନରୁ ଏଭଳି ଅସହାୟ ପଶୁଙ୍କ ଚିକିତ୍ସା କରି ଆସୁଛନ୍ତି ସେ। ଆହତ ପଶୁଙ୍କୁ ଚିକିତ୍ସା କରିବା ନିଶା ତାଙ୍କୁ ଏମିତି ଘାରିଛି ଯେ ତାଙ୍କ ସାମ୍ନାରେ ଯଦି କୌଣସି ପଶୁ କି ପକ୍ଷୀ ଆହତ ଅବସ୍ଥାରେ ଦେଖନ୍ତି, ତୁରନ୍ତ ସେଠାରେ ରହି ଚିକିତ୍ସା କରିଥାନ୍ତି ଅଭିପସା। ସବୁଠୁ ବଡ କଥା ହେଲା ନିଜ ପକେଟ ମନିରୁ ସେ ଚିକିତ୍ସା ଯୋଗାଇଥାନ୍ତି।

ଅଭିପସା ରେଭେନ୍ସାର ଜଣେ ମେଧାବୀ ଛାତ୍ରୀ । ତାଙ୍କର ଏହି ପଶୁ ଚିକିତ୍ସା କାମକୁ ସବୁବେଳେ ସମର୍ଥନ କରିଥାନ୍ତି ତାଙ୍କ ମା ଆଉ ସାଙ୍ଗ। ପୂର୍ବରୁ ସେ ଏକା ଏଭଳି ସେବା କରୁଥିବାବେଳେ ଏବେ ତାଙ୍କୁ ସାଥ ଦେଉଛନ୍ତି ମାଆ ଆଉ ୪ ଜଣ ସାଙ୍ଗ । ଏଭଳି ସେବା ଯୋଗାଇବା ପାଇଁ ସୋସିଆଲ ମିଡିଆ ଫେସବୁକରେ ଏକ ଆକାଉଣ୍ଟ ମଧ୍ୟ ଖୋଲାଯାଇଛି । ଫୋନ ଆସିବା ମାତ୍ରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଆହତ ପଶୁଙ୍କର ଚିକିତ୍ସା କରିଥାଆନ୍ତି । ତେବେ ଅଭିପ୍ସା ବଡ଼ ହେଲେ ଆହତ ପଶୁଙ୍କ ଚିକିତ୍ସା ପାଇଁ ଏକ ପଶୁ ଚିକିତ୍ସାଳୟ ଖୋଲିବେ ବୋଲି ଲକ୍ଷ୍ୟ ରଖିଥିବା ତାଙ୍କ ମାଆ କହିଛନ୍ତି।

ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥାନ୍ତି ପଶୁ। ଏମିତିକି ଚିକିତ୍ସା ଅଭାବରୁ ଅନେକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ । ତେବେ ଅଭିପସାଙ୍କ ଏଭଳି ପ୍ରୟାସ ଅନେକ ପଶୁଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବ ଏକଥାକୁ ସ୍ବୀକାର କରିବାକୁ ପଡିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଅନେକ ସମୟରେ ଆମେ ପଶୁ ମାନଙ୍କ ଉପରେ ଅତ୍ୟାଚାର କରିଥାଉ।ଜଣାତରେ ହେଉ ଅବା ଅଜଣାତ ରେ ହେଉ ଆମେମାନେ ପଶୁ ପକ୍ଷୀ ମାନଙ୍କୁ କଷ୍ଟ ଦେଇଥାଉ। ସେମାନଙ୍କ ଭାଷା ବୁଝି ନପାରି ସେମାନଙ୍କୁ ଆମେ ଅନେକ ସମୟରେ ଦୁଃଖ ଦେଇଥାଉ।ପଶୁ ହେଲେବି ସେମାନଙ୍କର ଜୀବନ ଅଛି।ସେମାନଙ୍କର ସେବା କରିବାର ଆମର ଦାୟିତ୍ୱ ମଧ୍ୟ।ତେବେ ପଶୁ ମାନଙ୍କ ଦୁଃଖ ବୁଝିଛନ୍ତି ରେଭେନ୍ଶାର ମେଧାବୀ ଛାତ୍ରୀ ଅଭିପ୍ଶା ମିଶ୍ର।କହିବାକୁ ଗଲେ ପଶୁ ମାନଙ୍କ ଦୁଃଖ ବୁଝି ସେମାନଙ୍କୁ ଠିକ ସମୟରେ ସେବା ଯୋଗାଇବାରେ ସଫଳ ହୋଇଛନ୍ତି ଏହି ଛାତ୍ରୀ।ନିଜ ପକେଟ ମନି କୁ ନିଜ ପାଇଁ ଖର୍ଚ୍ଚ ନକରି ଆହତ ପଶୁ ମାନଙ୍କୁ ଚିକିତ୍ସା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି ରେଭେନ୍ଶା ଛାତ୍ରୀ ଅଭିପ୍ଶା ମିଶ୍ର।

ସୂଚନାଯୋଗ୍ୟ wrap ରେ ମଧ୍ୟ କିଛି ଭିଜୁଆଲ ପଠାଯାଇଛି।ବ୍ୟବହାର କରିବାକୁ ଅନୁରୋଧ।

Body:(ଭିଓ - ୧)ଆହତ ପଶୁମାନଙ୍କୁ ଚିକିତ୍ସା କରି ଚର୍ଚ୍ଚାରେ ରେଭେନ୍ଶା ଛାତ୍ରୀ ଅଭିପ୍ଶା ମିଶ୍ର।ତାହା ପୁଣି ନିଜ ପକେଟ ମନି ଖର୍ଚରେ।ଆଜି କି କାଲି ନୁହେଁ ବରଂ ପିଲାଟି ଦିନରୁ ଏଭଳି ଅସହାୟ ପଶୁମାନଙ୍କୁ ଚିକିତ୍ସା କରି ଆସୁଛନ୍ତି ଅଭିପ୍ଶା।ଆହତ ପଶୁ ଙ୍କୁ ଚିକିତ୍ସା କରିବା ନିଶା ତାଙ୍କୁ ଏମିତି ଘାରିଛି ଯେ ତାଙ୍କ ସାମ୍ନାରେ ଯଦି କୌଣସି ପଶୁ ଆହତ ଅବସ୍ଥାରେ ଦେଖନ୍ତି,ତେବେ ତୁରନ୍ତ ସେଠାରେ ରହି ଚିକିତ୍ସା କରିଥାଆନ୍ତି ଅଭିପ୍ଶା।ସେ କୁକୁର ହେଉ କି ବିଲେଇ ହେଉ ଅବା ପକ୍ଷୀ ଟିଏ ହେଉ..ଯେମିତି ପଶୁ ହେଉ ଆହତ ଅବସ୍ଥାରେ ଦେଖିଲେ ଚିକିତ୍ସା ନକରି ରହି ପାରନ୍ତିନି ଅଭିପ୍ଶା।

ବାଇଟ - ଅଭିପ୍ଶା ମିଶ୍ର,ଛାତ୍ରୀ।

(ଭିଓ ୨) ତାଙ୍କର ଏହି କାମ କୁ ସବୁବେଳେ ସମର୍ଥନ କରିଥାଆନ୍ତି ତାଙ୍କ ମା ଆଉ ସାଙ୍ଗ।ପୂର୍ବରୁ ସେ ଏକା ଏଭଳି ସେବା କରୁଥିଲେ।ଏବେ କିନ୍ତୁ ତାଙ୍କ ସାଙ୍ଗରେ ସାଥ ଦେଉଛନ୍ତି ନିଜର ମା ଆଉ ୪ ଜଣ ସାଙ୍ଗ।ଏଭଳି ସେବା ଯୋଗାଇବା ପାଇଁ ଏକ ଫେସବୁକ ର ଆକାଉଣ୍ଟ ମଧ୍ୟ ଖୋଲାଯାଇଛି।ଫୋନ ଆସିବା ମାତ୍ରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ଆହତ ପଶୁମାନଙ୍କର ଚିକିତ୍ସା କରିଥାଆନ୍ତି।ଦିନକୁ ଦିନ ବେଶ ଜଣା ଶୁଣା ହେବାରୁ ଏବେ କାମ ଟିକେ ବଢି ଗଲାଣି।ସହରରୁ ଅନେକ କଲ ଆସୁଛି ଆହତ ପଶୁଙ୍କୁ ସେବା ଦେବାପାଇଁ।ତେବେ ଅଭିପ୍ଶା ବଡ଼ ହେଲେ ଆହତ ପଶୁମାନଙ୍କ ଚିକିତ୍ସା ପାଇଁ ଏକ ପଶୁ ଚିକିତ୍ସାଳୟ ଖୋଲିବେ ବୋଲି ଲକ୍ଷ୍ୟ ରଖିଥିବା ଅଭିପ୍ଶା ଙ୍କ ମା କହିଛନ୍ତି।

ବାଇଟ - ମାନସୀ ମିଶ୍ର, ଅଭିପ୍ସାଙ୍କ ମା

Conclusion:ଅନେକ ସମୟରେ ଦୁର୍ଘଟଣା ର ଶିକାର ହୋଇ ଗୁରୁତ୍ୱର ଭାବେ ଆହତ ହୋଇଥାନ୍ତି ପଶୁ ମାନେ।ଏମିତିକି ଚିକିତ୍ସା ଅଭାବରୁ ଅନେକ ପଶୁ ମାନଙ୍କର ମୃତୁ ମଧ୍ୟ ଘଟିଥାଏ।ତେବେ ଅଭିପ୍ଶା ଙ୍କ ଏଭଳି ସେବା ଅନେକ ପଶୁ ମାନଙ୍କୁ ମୃତୁମୁଖରୁ ବଞ୍ଚାଇବ ଏକଥାକୁ ସ୍ୱୀକାର କରିବାକୁ ପଡିବ।କଟକରୁ ନାରାୟଣ ସାହୁ, ଇଟିଭି ଭାରତ।
Last Updated : Nov 7, 2019, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.