ETV Bharat / city

ପାରୋଲରେ ଅବଦୁର ରେହମାନ: ପରିବାର ସହ କାଟିଲା 4 ଘଣ୍ଟା - Abdur Rehman arrived home

ଦୀର୍ଘ 5 ବର୍ଷ ପରେ ପାରୋଲରେ ଜେଲରୁ ବାହାରିଛି ସନ୍ଦିଗ୍ଧ ଆତଙ୍କବାଦୀ ଅବଦୂର ରେହମାନ । ମା’ଙ୍କ ମୃତ୍ୟୁ ପରେ 4 ଘଣ୍ଟା ଘରେ ରହିବାକୁ କୋର୍ଟ ଅନୁମତି ଦେଇଥିଲେ । ପରେ ପୁଣି ଜେଲକୁ ଫେରି ଯାଇଛି ସେ ।

ପାରୋଲରେ ଅବଦୁର ରେହମାନ: ମା'ର ଅନ୍ତିମ ସଂସ୍କାର ପାଇଁ 4 ଘଣ୍ଟା ମହଲତ

author img

By

Published : Jun 24, 2020, 12:49 PM IST

Updated : Jun 24, 2020, 6:13 PM IST

କଟକ: ଚୌଦ୍ବାର ଜେଲରୁ ପାରୋଲରେ ବାହାରିଲା ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ । ମା’ଙ୍କ ମୃତ୍ୟୁ ପରେ ଘରକୁ ଯିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ପାରୋଲରେ ଆସିଥିବା ଯୋଗୁଁ ମାତ୍ର 4 ଘଣ୍ଟା ଘରେ ରହିବାକୁ କୋର୍ଟ ମହଲତ ଦେଇଥିଲେ । ସକାଳ 9ଟା 45 ରୁ ଦିନ ଗୋଟାଏ 45 ମିନିଟ ପାଇଁ ସେ ଘରେ ରହିଥିଲା । ପରେ କଡା ସୁରକ୍ଷା ମଧ୍ୟରେ ପୋଲିସ ପୁଣି ତାକୁ ଜେଲକୁ ଫେରାଇ ନେଇଛି । ଏହି 4 ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲା ଅବଦୁର ।

ପାରୋଲରେ ଅବଦୁର ରେହମାନ:ପରିବାର ସହ କାଟିଲା 4 ଘଣ୍ଟା

ତେବେ ଗତ ୨୦୧୫ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀ ପୋଲିସ ଅବଦୁରକୁ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଏଦା ପାଇଁ କାମ କରିବା ଓ ଦେଶରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ ଥିବା ଅଭିଯୋଗରେ ତା ବିରୁଦ୍ଧରେ ଅନେକ ମାମଲା ଚାଲିଛି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jun 24, 2020, 6:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.