ETV Bharat / city

ଏସସିବିରେ ହେବ ମଙ୍କିପକ୍ସ ଚିକିତ୍ସା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର - ଏସସିବି ମେଡିକାଲ କଲେଜ

ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟିଛି । ଏହାର ଚିକିତ୍ସା ପାଇଁ ଆସନ୍ତା ୧୦ ତାରିଖରେ ଏସସିବି ମେଡ଼ିକାଲ କଲେଜରେ ଡାକ୍ତର ମାନଙ୍କ ପାଇଁ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହେବ । ଅଧିକ ପଢ଼ନ୍ତୁ

ମଙ୍କିପକ୍ସ ସତର୍କତା: ଚିକିତ୍ସା ପାଇଁ ଏସସିବିରେ ହେବ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର, ଯୋଗଦେବେ ୨୦୦ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ

author img

By

Published : Aug 3, 2022, 6:57 PM IST

କଟକ: ଦେଶରେ ବୃଦ୍ଧି ପାଉଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ଯଦିଓ ଏପର୍ଯ୍ୟନ୍ତ କୌଣସି ମଙ୍କିପକ୍ସ ଆକ୍ରାନ୍ତ ଓଡିଶାରେ ଚିହ୍ନଟ ହୋଇ ନାହାନ୍ତି । ତଥାପି ସଚେତନ ରହିବାକୁ ପରାମର୍ଶ ଦେଲେ ଏସସିବି ମେଡ଼ିକାଲ ମଙ୍କିପକ୍ସ କମିଟି ଅଧ୍ୟକ୍ଷ ଡାକ୍ତର ଜୟନ୍ତ ପଣ୍ଡା । ସେପଟେ କିପରି ମଙ୍କିପକ୍ସର ଚିହ୍ନଟ କରିବେ ଏବଂ କିଭଳି ଏହାର ଚିକିତ୍ସା କରାଯିବ ସେନେଇ ଆସନ୍ତା ୧୦ ତାରିଖରେ ଏସସିବି ମେଡ଼ିକାଲରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ ।

ମଙ୍କିପକ୍ସ ସତର୍କତା: ଚିକିତ୍ସା ପାଇଁ ଏସସିବିରେ ହେବ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର, ଯୋଗଦେବେ ୨୦୦ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ

ମଙ୍କିପକ୍ସର ଚିକିତ୍ସା ପାଇଁ ଆସନ୍ତା ୧୦ ତାରିଖରେ ଏସସିବି ମେଡ଼ିକାଲରେ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାରୁ ୪ ଜଣ ଲେଖାଏଁ ଏପରି ମୋଟ ୧୨୦ ଜଣ ଡାକ୍ତର ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ଏମାନଙ୍କ ସହ ବିଭିନ୍ନ ସ୍ବାସ୍ଥ୍ୟକର୍ମୀ, ସିନିୟର ରେସିଡେନ୍ସ, ଭେଷଜ, ଚର୍ମ ଏବଂ ଶିଶୁରୋଗ ବିଭାଗର ଡାକ୍ତର ଯୋଗଦେବେ । ଏସମସ୍ତଙ୍କୁ ମିଶାଇଲେ ମୋଟ ୨୦୦ ଜଣଙ୍କୁ ତାଲିମ ଦିଆଯିବ ବୋଲି ମଙ୍କିପକ୍ସ କମିଟିର ଅଧକ୍ଷ କହିଛନ୍ତି ।

ସେହିପରି ରାଜ୍ୟରେ ମଙ୍କିପକ୍ସ ନେଇ ସତର୍କତା ଅବଲମ୍ବନ କରାଯିବା ସହ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉଛି । ଏସମସ୍ତ କାର୍ଯ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ତଦାରଖ କରୁଛନ୍ତି । ମଙ୍କିପକ୍ସର ବିଭିନ୍ନ ଲକ୍ଷଣ, ପରୀକ୍ଷା ଏବଂ ଚିକିତ୍ସା ସଂପର୍କରେ ତାଲିମ ଦିଆଯିବ । ଟେଷ୍ଟିଂ ଓ ରେଫେରାଲ ପାଇଁ ଖସଡା ପ୍ରସ୍ତୁତ ହୋଇଛି ଏନେଇ ଖୁବ ଶୀଘ୍ର ଏସଓପି ଜାରୀ କରାଯିବ। ଏହାକୁ ସର୍ଭିଲାନ୍ସ ଜାରୀ ଅଛି କଂଣ୍ଟ୍ରୋଲ ରୁମ ଏବଂ ନୋଡାଲ ଅଫିସରଙ୍କ ନମ୍ବର ଜାରୀ ହୋଇଛି । ସନ୍ଦିଗ୍ଧ ରୋଗୀ ଆସିଲେ ସେମାନଙ୍କୁ ପରୀକ୍ଷଣ କରାଯିବା ସହିତ ଆଇସୋଲେସନରେ ରଖାଯିବ । ମଙ୍କିପକ୍ସ ରୋଗୀକୁ ଚିକିତ୍ସା କରିବା ପାଇଁ ଓଡିଶା ଏବେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ମଙ୍କିପକ୍ସ କମିଟି ଅଧ୍ୟକ୍ଷ ଡାକ୍ତର ଜୟନ୍ତ ପଣ୍ଡା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.