କଟକ: ରାଜ୍ୟରେ ବଢିବାରେ ଲାଗିଛି ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ମାମଲା । ପ୍ରାୟ ଦୈନିକ ଏନେଇ ଏକାଧିକ ମାମଲା ରୁଜୁ ହେଉଥିବା ଦେଖାଯାଉଛି । ଏମିତିରେ ରାଜ୍ୟରେ ଲକଡାଉନ ଲାଗୁ ହେବାଠାରୁ ନେଇ ଆଜି ପର୍ଯ୍ୟନ୍ତ ମୋଟ 7153ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି । ଗତ ମାର୍ଚ୍ଚ 24 ତାରିଖରୁ ଏହି ସବୁ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛି ରାଜ୍ୟ ପୋଲିସ ମୁଖ୍ୟାଳୟ ।
ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଥାନାରେ ମୋଟ 26ଟି ମାମଲା ରୁଜୁ ହୋଇଛି । ଏହି 26ଟି ମାମଲା ମଧ୍ୟରୁ 25ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ଯୋଗୁଁ ରୁଜୁ ହୋଇଥିବା ବେଳେ ଗୋଟିଏ ମାମଲା ଅନ୍ୟ କାରଣରୁ ରୁଜୁ ହୋଇଥିବା ଜଣା ପଡିଛି । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛି ରାଜ୍ୟ ପୋଲିସ ମୁଖ୍ୟାଳୟ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ