ETV Bharat / city

କଟକ ମହାନଗର ନିଗମରୁ ଶୁକ୍ରବାର ଆଉ 9 କୋରୋନା ପଜିଟିଭ ଚିହ୍ନଟ - କଟକ ମହାନଗର ନିଗମ

କଟକ ମହାନଗର ନିଗମରେ ଶୁକ୍ରବାର ଆଉ ୯ଟି କୋରୋନା ପଜିଟିଭ ଚିହ୍ନଟ ହେବା ସହ ବର୍ତ୍ତମାନସୁଦ୍ଧା ମହାନଗର ନିଗମ ଅଞ୍ଚଳରେ ପଜିଟିଭ ୩୨୩ରେ ପହଞ୍ଚିଛି । ଅଧିକ ପଢନ୍ତୁ...

କଟକ ମହାନଗର ନିଗମରୁ ଶୁକ୍ରବାର ଆଉ 9 କୋରୋନା ପଜିଟିଭ ଚିହ୍ନଟ

author img

By

Published : Jul 18, 2020, 5:16 AM IST

କଟକ: ରାଜ୍ୟରେ ବଢିଚାଲିଛି ମହାମାରୀ କୋରୋନାର ସଂକ୍ରମଣ । ଏପରିସ୍ଥିତିରେ କଟକ ମହାନଗର ନିଗମରେ ଶୁକ୍ରବାର ଆଉ ୯ଟି କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଏଥିମଧ୍ୟରୁ ୪ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୨ ଜଣ ହୋମ କ୍ବାରେଣ୍ଟାଇନରେ ରହୁଥିବା ଜଣାପଡିଛି । ସେହିପରି ବାକି ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ତେଲେଙ୍ଗାବଜାରରୁ ଜଣେ, ଗୋପାଳପୁର ପାଇକ ସାହିରୁ ଜଣେ ଓ ପୁରିଘାଟ ଅଞ୍ଚଳରୁ ଜଣେ ପଜିଟିଭ ଥିବା ନେଇ ସୂଚନା ମିଳିଛି । ଏବେସୁଦ୍ଧା କଟକ ମହାନଗର ନିଗମ ଅଞ୍ଚଳରୁ ୩୨୩ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ୧୮୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅନ୍ୟପକ୍ଷେ ୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ୧୩୫ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପକ୍ଷେ ସେହିପରି ଶୁକ୍ରବାର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ୭ ପଜେଟିଭ ଚିହ୍ନଟ ହୋଇଥିବାବେଳେ ତିଗିରିଆରୁ ୧୨, ବଡମ୍ବାରୁ ଗୋଟିଏ, ଆଠଗଡ଼ରୁ ୨ ଓ ବାଙ୍କୀରୁ ଜଣେ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.