ETV Bharat / city

କଟକରେ 5ଟି ସଚିବ, ଅନେକ ଯୋଜନାର ହେଲା ସମୀକ୍ଷା - 5 T secretaries pandiyan

କଟକ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ ଓ ପୂର୍ତ୍ତ ସଚିବ କ୍ରିଷନ କୁମାର। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର କଲେ ସମୀକ୍ଷା। କଟକ SCB ପ୍ରକଳ୍ପ କାର୍ଯ୍ୟ ସହ ତାଳଦଣ୍ଡା କେନାଲର ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କଲେ ପାଣ୍ଡିଆନ।

କଟକରେ 5ଟି ସଚିବ , ଅନେକ ଯୋଜନାର ହେଲା ସମୀକ୍ଷା

author img

By

Published : Oct 9, 2020, 11:03 AM IST

Updated : Oct 9, 2020, 12:49 PM IST

କଟକ: ସିଲଭର ସିଟିରେ 5ଟି ସଚିବ। ସାଙ୍ଗରେ ଅଛନ୍ତି ପୂର୍ତ୍ତ ଓ ଶକ୍ତି ସଚିବଙ୍କ ସହ କେନ୍ଦ୍ରାଞ୍ଚଳ ଆରଡିସି ଓ କଟକ ଜିଲ୍ଲାପାଳ। ଗତ ଜାନୁଆରୀ 23 ତାରିଖରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣାର ସମୀକ୍ଷା ଓ ତଦାରଖ ପାଇଁ ପାଣ୍ଡିଆନ୍ କଟକରେ ପହଁଞ୍ଚିଛନ୍ତି।

କଟକରେ 5ଟି ସଚିବ, ଅନେକ ଯୋଜନାର ହେଲା ସମୀକ୍ଷା

ଏସସିବି ମେଡିକାଲ କଲେଜ ହେବ ବିଶ୍ବସ୍ତରୀୟ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆରମ୍ଭ ହୋଇଛି କାର୍ଯ୍ୟ । ଶୁକ୍ରବାର ଭୋରରୁ 5ଟି ସଚିବ ଏହି କାର୍ଯ୍ୟର ସ୍ଥିତି ପରଖିବାକୁ କଟକରେ ପହଞ୍ଚିଛନ୍ତି । ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ କରିବା ପାଇଁ ତାଳଦଣ୍ଡା କେନାଲର ଦୁଇ ପାର୍ଶ୍ଵ କେନାଲ ବନ୍ଧର ସଂପ୍ରସାରଣ ଆବଶ୍ୟକ । କେନାଲ ବନ୍ଧର ଉଭୟ ପାର୍ଶ୍ଵ ଜୋବ୍ରା ବ୍ୟାରେଜ ନିକଟରେ ରିଙ୍ଗ ରୋଡକୁ ସଂଯୋଗ କରିବ । ଏହା ଦ୍ବାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରୋଗୀ ଓ ଆମ୍ବୁଲାନ୍ସ ସୁବିଧାରେ ଆସିପାରିବେ।

ତେବେ କେନାଲର ଉଭୟ ରାସ୍ତାକୁ ତିନି ଥାକିଆ ରାସ୍ତାରେ ପରିଣତ କରାଯିବ। ଏହି ଯୋଜନାରେ ଯୋବ୍ରାରୁ ହିନ୍ଦ ସିନେମା ଛକ ପର୍ଯ୍ୟନ୍ତ କେନାଲର ଦକ୍ଷିଣ ପାର୍ଶ୍ଵ ଓ ଯୋବ୍ରାରୁ କଟକ ସୁଇଟ୍ ଷ୍ଟଲ ପର୍ଯ୍ୟନ୍ତ କେନାଲର ବାମ ପାର୍ଶ୍ଵ ରାସ୍ତାକୁ ତିନି ଥାକିଆ କରାଯିବ ।

କେନାଲର ଉଭୟ ପଟେ ପ୍ରାୟ ଦେଢ଼ କିଲୋମିଟର ରାସ୍ତାର ସଂପ୍ରସାରଣ କରାଯିବ । ଉଭୟ ପଟ ରାସ୍ତାରେ ଫୁଟପାଥ ସହ ପାଞ୍ଚଟି ପାର୍କିଂ ଅଞ୍ଚଳର ବିକାଶ କରାଯିବ। ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାପକ ବୃକ୍ଷ ରୋପଣ ସହ ଲାଇଟ ବ୍ୟବସ୍ଥା କରାଯିବ। ଏଥିସହ ଛତ୍ର ବଜାର ଅଂଚଳର ଭବିଷ୍ୟତ ସଂପ୍ରସାରଣ କାର୍ଯ୍ୟ ନେଇ ମଧ୍ୟ ଆଲୋଚନା ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 9, 2020, 12:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.