କଟକ: କଟକ ବାସୀଙ୍କ ପାଇଁ ଖୁସି ଖବର । ଖଦି ଓ ଗ୍ରାମଦ୍ୟୋଗ ଆୟୋଗ ମାଧ୍ୟମରେ କ୍ଷୁଦ୍ର ଓ ଅଣୁ ଶିଳ୍ପ ଭିତ୍ତିଭୂମିର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହାଦ୍ୱାରା ଗ୍ରାମର ଲୋକଙ୍କୁ ନିଜ ସ୍ଥାନରେ ରୋଜଗାର ଉପଲବ୍ଧ କରାଇହେବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଗତିରାଉତ ପାଟଣା ସରସ୍ୱତୀ ଶିଶୁ ମନ୍ଦିରରେ ମହୁମାଛି ପାଳନ କରି ମହୁ ଉତ୍ପାଦନର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ । ଏହା ଆମ ରାଜ୍ୟରୁ ଶ୍ରମିକ ପଳାୟନ ରୋକିବାରେ ସହାୟକ ହେବା ସହ ଆତ୍ମନିର୍ଭରଶୀଳ ଭାରତ ପାଇଁ ଦିଗଦର୍ଶନ ଦେଖାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ