ETV Bharat / city

4 ଆନ୍ତରାଜ୍ୟ ଡକାୟତ ଗିରଫ, ଦୀର୍ଘଦିନ ହେବ ପୋଲିସକୁ ଦେଉଥିଲେ ଚକମା

author img

By

Published : Sep 22, 2022, 12:08 PM IST

କଟକରୁ ୪ ଆନ୍ତଃରାଜ୍ୟ ଡକାୟତ ଗିରଫ (4 interstate robbers arrested) । ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କଟକ ସଦର ଥାନା ପୋଲିସ । ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସମେତ ସାମିଲ ଥିବା ୪ଜଣଙ୍କୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ଅଧିକ ପଢ଼ନ୍ତୁ

୪ ଆନ୍ତଃରାଜ୍ୟ ଡକାୟତ ଗିରଫ : ୫ କାର୍, ୨ ବାଇକ ଜବତ

କଟକ: ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କଟକ ସଦର ଥାନା ପୋଲିସ (4 interstate robbers arrested) । ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସମେତ ସାମିଲ ଥିବା ୪ଜଣଙ୍କୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ଏହାସହ ସେମାନଙ୍କ ନିକଟରୁ ୫ଟି ୪ଚକିଆ ଗାଡି, ୨ଟି ଦାମୀ ବାଇକ, ପ୍ରାୟ ୬୨ ଗ୍ରାମର ସୁନା ଅଳଙ୍କାର ଓ ଗୋଟିଏ ମୋବାଇଲ ଜବତ କରିଛି ପୋଲିସ ।

କଟକ ଡିସିପିଙ୍କ ସୂଚନା ଅନୁଯାୟୀ ଅବୁଦୁଲ ରଜାକ ଓରଫ ଜୁମା ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । ଜୁମା ନାଁରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଥାନାରେ ୧୮ରୁ ଅଧିକ ମାମଲା ରହିଛି । ଡକାୟତି କରିବା ତାର ଅଭ୍ୟାସ । ସେ ଜାତୀୟ ରାଜପଥରେ ଲୁଟ କରିବାକୁ ଟାର୍ଗେଟ କରେ । କେବଳ ଜାତୀୟ ରାଜ ପଥ ନୁହେଁ ବରଂ ଜନଗହଳି ସ୍ଥାନରେ ମହିଳା ମାନଙ୍କୁ ଟାର୍ଗେଟ କରିଥାଏ । ଏପରିକି ଭିଡ଼ ସ୍ଥାନ ମାନଙ୍କରେ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପି ନେଇଥାଏ ।

ବଡ଼ କଥା ହେଉଛି ଜୁମା ଅନେକ ସ୍ଥାନରେ ଡକାୟତି କରି ପୋଲିସକୁ ଚକମା ଦେଇଆସୁଥିଲା । ଗତ ଫେବ୍ରୁଆରୀ ମାସରେ ଏକ କାର୍ ଚୋରି କରି ଜୋରରେ ଯାଉଥିବା ବେଳେ ଜଗତପୁର ଅଞ୍ଚଳରେ ଜଣଙ୍କୁ ଗାଡି ଚଢାଇ ହତ୍ୟା କରିଥିଲା । ମାତ୍ର ପୋଲିସକୁ ଚକମା ଦେଇ ଅତି ଚତୁରତାର ସହ ଖସି ପଳାଇଥିଲା । ସେହିପରି ବିଭିନ୍ନ ସୋ’ ରୁମରୁ ସୁନା ଡକାୟତିରେ ମଧ୍ୟ ଜୁମାର ହାତ ରହିଛି । କେବଳ ଓଡ଼ିଶାରେ ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ସେ ଡକାୟତ କରିଥିବା ନେଇ ଅଭିଯୋଗ ରହିଛି । ଯେଉଁ ଦୁଇଟି ଦାମୀ ବାଇକ ତା ଠାରୁ ଜବତ ହୋଇଛି ସେଗୁଡିକ ବାହାର ରାଜ୍ୟର । ତେବେ ଅନେକ ଗାଡିକୁ ଲୁଟ କରିବା ପରେ ସେଗୁଡିକୁ ସେ ବିକ୍ରୟ କରି ଅଏସ କରୁଥିଲା ।

ଏପରିକି ଜୁମା ନିଜେ ଗୋଟିଏ ଗ୍ୟାଙ୍ଗ କରିଥିଲା । ଯେଉଁମାନଙ୍କୁ ସେ ଏହି ଡକାୟତି କାର୍ଯ୍ୟରେ ଲଗାଉଥିଲା । କଟକ ସଦର ଥାନାରେ ଗତ ମାସ ୨୧ ତାରିଖରେ ଏକ କାର୍ ଲୁଟ ଘଟଣାକୁ ତଦନ୍ତ କରି ପୋଲିସ ଏହି ଡକାୟତ ଗ୍ୟାଙ୍ଗ ପାଖରେ ପହଞ୍ଚି ପାରିଥିଲା । ଏହି ଡକାୟତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଜୁମାକୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ତେବେ ଏହି ସମସ୍ତ ଅଭିଯୁକ୍ତ ବଡ଼ ଧରଣର ବିଭିନ୍ନ ସ୍ଥାନରୁ ଚୋରି କରିଥିବା ନେଇ ଅନେକ ଥାନାରେ ଏମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.