ETV Bharat / city

କଟକ ମହାନଗରରେ 35 ନୂଆ କୋରୋନା ପଜିଟିଭ

author img

By

Published : Jul 25, 2020, 4:43 PM IST

ସିଏମସିରେ ଏବେ ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୬୧୪ ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ...

କଟକ ମହାନଗର ଆଉ 35 ନୂଆ କୋରୋନା ପଜିଟିଭ ଚିହ୍ନଟ

କଟକ: କଟକ ମହାନଗର ନିଗମ (ସିଏମସି)ରେ ଶନିବାର ୩୫ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ସେଥିରୁ ୨୬ ଜଣ ହୋମକ୍ୱାରୋଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ, ୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ଆଉ ୩ ପଜିଟିଭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଣା ରାଉସପଟଣାରୁ ଜଣେ ୨୫ ବର୍ଷର ଯୁବକ, ଶିଖରପୁର ଅଞ୍ଚଳର ଜଣେ ୬୦ ବର୍ଷର ଯୁବକ ଓ ଚାନ୍ଦିନଚୌକ ଅଞ୍ଚଳର ଜଣେ ୬୦ ବର୍ଷର ମହିଳା କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୬୧୪ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ, ୨୭୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୮ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୩୩୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.