ETV Bharat / city

ରାଜଧାନୀରେ ୩ ଦିନରେ ଗଡିଲାଣି ୩ ମୁଣ୍ଡ; ୨ଟି କେସର ମର୍ଡରର ଗିରଫ, ଗୋଟିଏ ରହସ୍ୟମୟ

author img

By

Published : Jun 9, 2021, 8:46 PM IST

Updated : Jun 9, 2021, 9:40 PM IST

ରାଜଧାନୀରେ ବଢିଚାଲିଛି ହତ୍ୟାକାଣ୍ଡ । ପୁଣି ମଞ୍ଚେଶ୍ବର ଅଞ୍ଚଳର ଜଣେ ଗାଡିଚାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ପରେ ଏବେ ଆତଙ୍କିତ ଅବସ୍ଥାରେ ରାଜଧାନୀବାସୀ । ଅଧିକ ପଢନ୍ତୁ...

ରାଜଧାନୀରେ ୩ ଦିନରେ ଗଡିଲାଣି ୩ ମୁଣ୍ଡ, ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ

ଭୁବନେଶ୍ବର: ଖାରବେଳନଗର, ଲକ୍ଷ୍ମୀସାଗର ପରେ ଏବେ ମଞ୍ଚେଶ୍ବର । ରାଜଧାନୀରେ ଗଡିଛି ଆଉ ଏକ ବ୍ୟକ୍ତିର ମୁଣ୍ଡ । ମଙ୍ଗଳବାର ବିଳମ୍ବିତ ରାତିରେ ଜବତ ହୋଇଛି ଦିନବନ୍ଧୁ ହରିଚନ୍ଦନ ନାମକ ଜଣେ ଗାଡି ଚାଳକଙ୍କ ମୃତଦେହ । ମଞ୍ଚେଶ୍ବର ଇଣ୍ଡିଆନ ଗ୍ୟାସ ଅଫିସ ନିକଟରୁ ମୃତଦେହ ଜବତ ହୋଇଥିବା ନେଇ ସୂଚନା ମିଳିଛି ।

ରାଜଧାନୀରେ ୩ ଦିନରେ ଗଡିଲାଣି ୩ ମୁଣ୍ଡ; ୨ଟି କେସର ମର୍ଡରର ଗିରଫ, ଗୋଟିଏ ରହସ୍ୟମୟ

ତେବେ ମୃତକଙ୍କ ଯୌନାଙ୍ଗରେ ଆଘାତ କାରଣରୁ ରକ୍ତଶ୍ରାବ ସହ ପିଠିରେ ସାମାନ୍ୟ ଦାଗ ଥିବା ଦେଖିବାକୁ ମିଳିଛି । ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ହୋଇଥିବା ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ । ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ନେଇ ପତ୍ନୀ ମିଲି ହରିଚନ୍ଦନଙ୍କ ସନ୍ଦେହ । ସେପଟେ ଘଟଣାକୁ ନେଇ ରହସ୍ୟ ଘେରରେ ପୋଲିସ । ଦୁର୍ଘଟଣା କାରଣରୁ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । ଯଦି ଦୁର୍ଘଟଣା ତେବେ କେବଳ ଯୌନାଙ୍ଗରେ କାହିଁକି ଆଘାତ ଲାଗିଛି ବୋଲି ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ବିଗତ 3 ଦିନ ମଧ୍ୟରେ ରାଜଧାନୀରେ 3 ଜଣଙ୍କ ମୁଣ୍ଡ ଗଡିଲାଣି । ଖାରବେଳ ନଗରରେ ରବିବାର ଶେଖ୍ ଅବଦୁଲ ହତ୍ୟା ପରେ ସୋମବାର ବୁଦ୍ଧ ନଗରରେ କାର୍ତ୍ତିକ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଉଥିଲା । ତେବେ 2ଟି ଘଟଣାର ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ଏହି ଘଟଣାର ପୋଲିସ ପାଖରେ କୌଣସି ସୁରାକ ନାହିଁ । ଏପରି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ରାଜଧାନୀବାସୀ । ତେବେ ରାଜଧାନୀବାସୀଙ୍କୁ ପୋଲିସ ସୁରକ୍ଷା ଦେବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକିରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 9, 2021, 9:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.