ETV Bharat / city

ପୋଲିସ କବ୍ଜାରେ ୩ ବାଇକ ଲୁଟେରା, ଏକାଧିକ ଲୁଟ ବାଇକ ଜବତ

author img

By

Published : Aug 11, 2021, 7:17 AM IST

ସିଲଭରସିଟିରେ ବାଇକ ଲୁଟେରାଙ୍କୁ ଧରିଲା ପୋଲିସ । ଗିରଫ ଲୁଟେରାଙ୍କ ମଧ୍ୟରେ ୨ ନାବାଳକ । ଅଧିକ ପଢନ୍ତୁ...

କଟକରେ ଧରାପଡିଲେ ୩ ବାଇକ ଲୁଟେରା, ଏକାଧିକ ଲୁଟ ବାଇକ ଜବତ

କଟକ: ସିଲଭରସିଟିରେ ବାଇକ ଲୁଟେରାଙ୍କୁ ସାବାଡ଼ କରୁଛି କମିଶନରେଟ ପୋଲିସ । ମଙ୍ଗଳବାର ମଧୁପାଟଣା ଥାନା ଅଞ୍ଚଳରୁ ଏକ ବାଇକ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଏହି ଗ୍ୟାଙ୍ଗ ମଧ୍ୟରେ ଜଣେ ସାବାଳକ ରହିଥିବାବେଳେ ଅନ୍ୟ ୨ ନାବାଳକ ଥିବା ଜଣାପଡିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଲୁଟେରା ଗ୍ୟାଙ୍ଗ ଏକକାଳୀନ 8 ଗାଡି ଲୁଟ କରିଥିଲେ । ଏନେଇ ମଧୁପାଟଣା ଥାନାରେ ମାମଲା ମଧ୍ୟ ଦାୟର ହୋଇଥିଲା । ପୋଲିସ ଏହି ଗ୍ୟାଙ୍ଗକୁ ଠାବ କରିବା ପାଇଁ ଅପରେସନ ଆରମ୍ଭ କରିଥିବାବେଳେ ମଙ୍ଗଳବାର ଏହି ସଫଳତା ପାଇଛି । ଲୁଟେରାଙ୍କୁ ଗିରଫ କରିବା ସହ ଲୁଟ ଗାଡିକୁ ଜବତ କରିଛି ପୋଲିସ । ତେବେ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.