କଟକ: ପୋଲିସ କର୍ମଚାରୀଙ୍କ ପାଇଁ ଖୋଲିଲା ଦ୍ଵିତୀୟ 100 ବେଡ଼ ବିଶିଷ୍ଟ ଆଇସୋଲେସନ ସେଣ୍ଟର । ଷଷ୍ଠ ବାଟାଲିଆନ କ୍ୟାମ୍ପସରେ ଏହା ରବିବାର ଠାରୁ କାର୍ଯ୍ୟକ୍ଷମ ହୋଇଛି । ଏନେଇ ପୋଲିସ ଡିଜି ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ।
ଯେଉଁ ପୋଲିସ କର୍ମଚାରୀମାନେ କୋରୋନା ପଜେଟିଭ ଚିହ୍ନଟ ହେବେ ଏଠାରେ ତାଙ୍କୁ ରଖାଯିବ । ତେବେ ପୂର୍ବରୁ ଏସଓଜି ଚନ୍ଦକାରେ ପୋଲିସ କର୍ମଚାରୀଙ୍କ ପାଇଁ ପ୍ରଥମ ଆଇସୋଲେସନ କେନ୍ଦ୍ର ଖୋଲା ଯାଇଥିଲା । ଯେଉଁଠାରେ 100 ବେଡ଼ ରଖାଯାଇଥିଲା ।
ବର୍ତ୍ତମାନ ଏହି ଦୁଇଟି ଆଇସୋଲେସନ ସେଣ୍ଟର ପୋଲିସ କର୍ମଚାରୀଙ୍କ ପାଇଁ ଖୋଲା ଯାଇଥିବା ଡିଜି ଅଭୟ ସୂଚନା ଦେଇଛନ୍ତି।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ