ETV Bharat / city

ଆଜିଠୁ ସର୍ଵଭାରତୀୟ ଆଇନଜୀବୀ କ୍ରିକେଟ ପ୍ରତିଯୋଗିତା, କମାଲ କରିବେ କଳାକୋର୍ଟ ପିନ୍ଧା

ଆଜିଠୁ ଆରମ୍ଭ ହେବାକୁ ଯାଉଛି 24ତମ ସର୍ଵଭାରତୀୟ ଆଇନଜୀବୀ କ୍ରିକେଟ ପ୍ରତିଯୋଗିତା (All India Lawyers Cricket Tournament)। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତର 12ଟି ବାର ସଂଘ ଦେଖାଇବେ କ୍ରିକେଟ କମାଲ । ଅଧିକ ପଢନ୍ତୁ

author img

By

Published : Dec 24, 2021, 8:41 AM IST

ଆଜିଠୁ 24ତମ ସର୍ଵଭାରତୀୟ ଆଇନଜୀବୀ କ୍ରିକେଟ ପ୍ରତିଯୋଗିତା

କଟକ: ଆଜିଠୁ ଆରମ୍ଭ ହେବାକୁ ଯାଉଛି 24ତମ ସର୍ଵଭାରତୀୟ ଆଇନଜୀବୀ କ୍ରିକେଟ ପ୍ରତିଯୋଗିତା (All India Lawyers Cricket Tournament)। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତର 12ଟି ବାର ସଂଘ ଦେଖାଇବେ କ୍ରିକେଟ କମାଲ । ଏହି 5 ଦିନିଆ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ 20 -20 ଆଧାରରେ ଖେଳାଯିବ ।

ଓଡିଶା ଆଇନଜୀବୀ କ୍ରିକେଟ ସଂଘ ଓ ସର୍ବଭାରତୀୟ କ୍ରିକେଟ ଆଇନଜୀବୀ କ୍ରିକେଟ ସଂଘର ମିଳିଚ ଆନୁକୂଲ୍ୟରେ କଟକର ତିନୋଟି ଗ୍ରାଉଣ୍ଡ ନିମପୁର , ଡ୍ରିମ୍ସ ଓ ସନସାଇନ ଏହି ପ୍ରତିଯୋଗିତା ହେବ । ୨୭ ତାରିଖରେ ସେମିଫାଇନାଲ ଓ ୨୮ରେ ଫାଇନାଲ ମ୍ୟାଚ ଖେଳାଯିବ । ଗତକାଲି ପ୍ରତିଯୋଗିତା ଉଦଘାଟନୀ କାର୍ଯ୍ୟକ୍ରମ କଟକ କ୍ଲବ ପରିସରରେ ହୋଇଥିଲା । ଏଥିରେ ଓଡିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ପ୍ରତିଯୋଗିତା ଟ୍ରଫି ଓ ଅଂଶଗ୍ରହଣକାରୀ ଦଳମାନଙ୍କର ଜର୍ସି ଉନ୍ମୋଚିତ ହୋଇଥିଲା ।

ରାଜ୍ୟ ତଥା ଜାତୀୟ ସ୍ତରୀୟ ଆଇନଜୀବୀ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଓ ଭାଇଚାରା ବଜାୟ ରଖିବାକୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ରଖିଛି ଓଡିଶା ଆଇନଜୀବୀ କ୍ରିକେଟ ସଂଘ । ଉଦଘାଟନ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧର , ବିଚାରପତି ସଙ୍ଗମ ସାହୁ , ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଆଇନଜୀବୀ ଓ ଅନ୍ୟ ରାଜ୍ୟ ବାର ସଂଘରୁ ଆସିଥିବା ଖେଳାଳି ଉପସ୍ଥିତ ରହିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.